ଖାଦ୍ୟରେ ସ୍ବାଦ ବଢ଼ାଇବା ପାଇଁ ଖାଦ୍ୟରେ ହେଙ୍ଗୁ ବ୍ୟବହାର କରାଯାଏ । ହେଙ୍ଗୁ ଖାଇବା ଦ୍ବାରା ଆପଣ ଅନେକ ରୋଗରୁ ସହଜରେ ମୁକ୍ତି ପାଇପାରିବେ । ଏଥିରେ ଥିବା ଗୁଣ ବଦହଜମୀ, ପେଟ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ବହୁତ୍ ଲାଭ ଦାୟକ ହୋଇଥାଏ । ଖାଲି ପେଟରେ ହେଙ୍ଗୁ ଖାଇବାର ଅନେକ ଲାଭ ମଧ୍ୟ ରହିଛି । ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେଉଛନ୍ତି, ତେବେ ଖାଲି ପେଟରେ ହେଙ୍ଗୁ ଖାଇବା ଆପଣଙ୍କ ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହେବ । ହେଙ୍ଗୁରେ ଆଣ୍ଟିଅବ୍ୟାକ୍ଟେରିଆଲ, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମିଳିଥାଏ । ପେଟ ସମ୍ବନ୍ଧୀୟ ଯନ୍ତ୍ରଣା ଦୂର କରିବା ପାଇଁ ହେଙ୍ଗୁର ସେବନ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ ହେଙ୍ଗୁ ଖାଇବା ଦ୍ବାରା କେଉଁ ରୋଗ ଦୂର ହୋଇପାରିବ ।
ହଜମ ପାଇଁ ଲାଭଦାୟକ : କିଛି ଲୋକ ଏପରି ଅଛନ୍ତି ଯାହାଙ୍କର କି ଖାଦ୍ୟ ଖାଇବା ପରେ ହଜମ ହୋଇନଥାଏ । ହଜମ ନହେବା ଦ୍ବାରା ଅନେକ କଷ୍ଟ ମଧ୍ୟ ପାଇଥାନ୍ତି । ତେବେ ଆପଣ ଜାଣି ରଖନ୍ତୁ, ହେଙ୍ଗୁରେ ଥିବା ଔଷଧୀୟ ଗୁଣ ହଜମ ସମସ୍ୟାରେ ବହୁତ ଲାଭଦାୟକ ହୋଇଥାଏ । ଖାଲିପେଟରେ ଚିମୁଟାଏ ହେଙ୍ଗୁ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ । ବଦହଜମୀ କିମ୍ବା ପାଚନ ତନ୍ତ୍ର ସହ ଜଠିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାକ୍ତରଙ୍କ ପରାମର୍ଶରେ ହେଙ୍ଗୁ ସେବନ କରିପାରିବେ ।
ପେଟ ଯନ୍ତ୍ରଣାରେ ଲାଭଦାୟକ : ହେଙ୍ଗୁ ସେବନ ପେଟ ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ହେଙ୍ଗୁରେ ଥିବା ଗୁଣ ପେଟ ଫୁଲିବା ଏବଂ ପେଟ ଗ୍ୟାସ୍ ସମସ୍ୟାକୁ ଅଳ୍ପ ସମୟ ମଧ୍ୟରେ ଦୂର କରିଥାଏ । କେତେକ ସମୟରେ ଗ୍ୟାସ୍ କିମ୍ବା ପେଟ ଫୁଲିବା ଯୋଗୁଁ ବହୁତ୍ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଖାଲି ପେଟରେ ଗୋଟିଏ ଚିମୁଟାଏ ହେଙ୍ଗୁ ଖାଇବା ଅଭ୍ୟାସ୍ କରନ୍ତୁ ।
ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରେ : ହେଙ୍ଗୁ ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ରୋକେ ଏବଂ ରକ୍ତ ସଞ୍ଚାଳନକୁ ଉନ୍ନତ କରେ । ପ୍ରତିଦିନ ସକାଳେ ହେଙ୍ଗୁ ପାଣି ପିଇବା ଦ୍ବାରା ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ରହିଥାଏ । ଏଥି ସହ ଯଦି ଆପଣ ଏହାକୁ ସେବନ କରୁଛନ୍ତି, ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।
ମୁଣ୍ଡବିନ୍ଧାରେ ଲାଭଦାୟକ : ଏପରି ବହୁତ ଲୋକ ଅଛନ୍ତି ଯାହାର କି ସବୁ ଅଧିକାଂଶ ସମୟରେ ମୁଣ୍ଡବିନ୍ଧା ହୋଇଥାଏ । ଏହି ମୁଣ୍ଡବିନ୍ଧା ସମସ୍ୟା ପାଇଁ ବହୁତ କଷ୍ଟ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ସବୁ ସମୟରେ ମୁଣ୍ଡ ବିନ୍ଧୁଛି ଏବଂ ଛାଡୁନାହିଁ, ତେବେ ଖାଲିପେଟରେ ହେଙ୍ଗୁ ଖାଆନ୍ତୁ । ହେଙ୍ଗୁରେ ଥିବା ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମୁଣ୍ଡବିନ୍ଧା ସମସ୍ୟାକୁ ଖୁବ୍ ଶୀଘ୍ର ଦୂର କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହେଙ୍ଗୁ ସେବନ କରନ୍ତୁ ।