Wednesday, March 11, 2026
22.1 C
Odisha

    ଖୁବଶୀଘ୍ର ଆରମ୍ଭ ହେବ ଚୈତ୍ର ନବରାତ୍ର ଏବଂ ହିନ୍ଦୁ ନବବର୍ଷ, ୮୯ ବର୍ଷ ପରେ ପଡୁଛି ଦୁଲର୍ଭ ସଂଯୋଗ

    ଆଗକୁ ପଢନ୍ତୁ

    ଚଳିତବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ୧୯ରୁ ଆରମ୍ଭ ହେବାକୁ ଯାଉଛନ୍ତି । ଏହା ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିପାରିବେ । ତେବେ ଜ୍ୟୋତିଷ ଏବଂ ପଞ୍ଚାଙ୍ଗ ଅନୁସାରେ ଚଳିତ ନବରାତ୍ର ଏବଂ ହିନ୍ଦୁ ନବବର୍ଷ ସହିତ ଜଡିତ କିଛି ଖାସ୍ କଥା ରହିଛି । ୮୯ ବର୍ଷ ପରେ ଏମିତି ସୁଯୋଗ ଦେଖିବାକୁ ମିଳିଛି ।

    ସନାତନ ପରମ୍ପରା ଅନୁସାରେ, ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ତିଥିରୁ ହୁଏ । ଏହି ଦିନରୁ ବିକ୍ରମ ସାଓ୍ବନ ଆରମ୍ଭ ହୋଇଥାଏ । କିନ୍ତୁ ଏଥର ପ୍ରତିପଦା ତିଥି କ୍ଷୟ ହେବା ଯୋଗୁଁ ଦ୍ବିତୀୟା ତିଥିରେ ଆରମ୍ଭ ହେବ ।
    ୧୯ ମାର୍ଚ୍ଚ ସକାଳ ୬ଟା ୪୦ ମିନିଟ ଯାଏଁ ଅମାବାସ୍ୟା ତିଥି ରହିବ । ଏହାପରେ ପ୍ରତିପଦା ତିଥି ଆରମ୍ଭ ହେବ । ଏହି ଦିନରୁ ଘରେ ଏବଂ ମନ୍ଦିରରେ କଳସ ସ୍ଥାପନା କରାଯିବ । ଏହି ଦିନରେ ଭକ୍ତ ମା’ ଦୁର୍ଗାଙ୍କ ୯ ସ୍ବରୂପକୁ ପୂଜା କରିବେ । ଚଳିତବର୍ଷ ଗୁରୁ ଏବଂ ମନ୍ତ୍ରୀ ମଙ୍ଗଳ ହେବ । ମାନ୍ୟତା ରହିଛି କି, ଗୁରୁ ରାଜା ହେବା କାରଣରୁ ଧାର୍ମିକ ଏବଂ ଆଧ୍ୟାତ୍ମିକ ଗତିବିଧି ବଢିବ । ମଙ୍ଗଳ ମନ୍ତ୍ରୀ ହେବା କାରଣରୁ କିଛି ସ୍ଥାନରେ ଅଶାନ୍ତି ଲାଗି ରହିବ ।

    ଧାର୍ମିକ ପରମ୍ପରାରେ ମା’ ଦୁର୍ଗାଙ୍କ ବାହାନର ବିଶେଷ ମହତ୍ତ୍ବ ରହିଥାଏ । ସପ୍ତାହର ଦିନ ଆଧାରରେ ମାତାଙ୍କ ବାହାନର ମାନ୍ୟତା ରହିଛି । ରବିବାର ଏବଂ ସୋମବାର ମା’ଙ୍କ ଆଗମନ ହାତୀ ଉପରେ ହୋଇଥାଏ । ଶନିବାର ଏବଂ ମଙ୍ଗଳବାରରେ ମା’ ଘୋଡ଼ା ଉପରେ ବସି ଆସନ୍ତି । ଗୁରୁବାର କିମ୍ବା ଶୁକ୍ରବାରଙ୍କୁ ମା’ ପାଲକୀରେ ଆସନ୍ତି । ବୁଧବାର ଦିନ ମାଙ୍କ ବାହାନ ଡଙ୍ଗାରେ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    47 %
    1.3kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ