ପ୍ରତିବର୍ଷ ଭଳି ଏଥର ମଧ୍ୟ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଅମରନାଥ ଯାତ୍ରାର ତାରିଖ ଘୋଷଣା କରାଯାଇଛି । ଜୁଲାଇ ୩ ତାରିଖରୁ ବାବା ବର୍ଫାନୀଙ୍କ ଦର୍ଶନ ଆରମ୍ଭ ହେବ । ଯଦି ଏହି ଯାତ୍ରାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଯାହା ୧୫ ଏପ୍ରିଲରୁ ଆରମ୍ଭ ହୋଇସାରିଛି । ଯଦି ଆପଣ ପ୍ରଥମ ଥର ପାଇଁ ଅମରନାଥ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଯାତ୍ରା ନିୟମ ବିଷୟରେ ଜାଣିନାହାଁନ୍ତି ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ଅମରନାଥ ଯାତ୍ରାର ରେଜିଷ୍ଟ୍ରେସନ୍ ୨ଟି ମାଧ୍ୟମରେ କରାଯାଇପାରିବ । ଅନଲାଇନ୍ ଏବଂ ଅଫଲାଇନ୍ ଜରିଆରେ ରେଜିଷ୍ଟ୍ରେସନ୍ କରାଯାଇପାରିବ । ଯଦି ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଶ୍ରୀ ଅମରନାଥଜୀ ମନ୍ଦିର ବୋର୍ଡର ୱେବସାଇଟକୁ ଯାଇ ଏହା କରିପାରିବେ । ଅଫଲାଇନ୍ ରେଜିଷ୍ଟ୍ରେସନ୍ ପାଇଁ ସାରା ଭାରତରେ SBI, PNB, Yes ବ୍ୟାଙ୍କ, ICICI ବ୍ୟାଙ୍କ ଏବଂ Axis ବ୍ୟାଙ୍କ ସମେତ ପ୍ରାୟ ୫୫୦ ବ୍ୟାଙ୍କର ବ୍ରାଞ୍ଚ ରହିଛି । ଆପଣ ବ୍ୟାଙ୍କଗୁଡିକୁ ଯାଇ ଅଫଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ । ଅମରନାଥ ଯାତ୍ରାରେ ଯିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଯଦି ଆପଣଙ୍କର ବୟସ ୧୩ ରୁ ୭୦ ବର୍ଷ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କୁ ଏହି ଯାତ୍ରା ପାଇଁ ପଞ୍ଜୀକରଣ କରିବାକୁ ପଡିବ । କମ୍ ବୟସ କିମ୍ବା ଅଧିକ ବୟସର ବ୍ୟକ୍ତିମାନେ ଏହି ରେଜିଷ୍ଟ୍ରେସନ୍ କରିପାରିବେନି । ଯଦି ଅନ୍ୟ ଏକ ନିୟମ କଥା କୁହାଯାଏ ତେବେ ଜଣେ ଗର୍ଭବତୀ ମହିଳା ଏହି ଯାତ୍ରାରେ ସାମିଲ ହେବେ ନାହିଁ । ଯାତ୍ରା ପାଇଁ ଡାକ୍ତରୀ ସାର୍ଟିଫିକେଟର ଆବଶ୍ୟକତା ରହିଛି । ଏପ୍ରିଲ ୮ ତାରିଖ ପରେ ଡାକ୍ତରୀ ସାର୍ଟିଫିକେଟ୍ ବୈଧ ହେବ ।
