Friday, May 8, 2026
24.9 C
Odisha

    ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ, ଭାରୀ ପଡ଼ିବ ମହିଳା ବିଲକୁ ବିରୋଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରୀ ପଡ଼ିବ ମହିଳା ବିଲ୍ କୁ ବିରୋଧ । ବିରୋଧୀଙ୍କୁ ମୋଦିଙ୍କ ଚେତାବନୀ । ମହିଳା ବିଲ୍ କୁ ବିରୋଧ କରୁଥିବା ନେତାଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଶୁଣାଇଛନ୍ତି । ସଂସଦରେ ଆଗତ ବିଲ୍ ଉପରେ ବିତର୍କ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଲ୍ କୁ ବିରୋଧ କଲେ ମହିଳାମାନେ ଉଚିତ ଜବାବ ଦେବେ । ଜଣେ ବନ୍ଧୁ ଭାବରେ ମୋର ଏହି ପରାମର୍ଶ । ଯେଉଁମାନେ ମହିଳା ସଂରକ୍ଷଣକୁ ବିରୋଧ କରିଛନ୍ତି, ସେମାନଙ୍କୁ ମହିଳାମାନେ କେବେ ବି କ୍ଷମା କରିନାହାଁନ୍ତି । ୨୫-୩୦ ବର୍ଷ ପୂର୍ବରୁ ମହିଳା ସଂରକ୍ଷଣକୁ ବିରୋଧ କରାଯାଉଥିଲା । ଏବେ ପରିସ୍ଥିତି ବଦଳି ଯାଇଛି । ସେହିପରି ଡିଲିମିଟେସନ୍ ପ୍ରକ୍ରିୟାରେ କୌଣସି ରାଜ୍ୟ ସହ ପାତରଅନ୍ତର ହେବ ନାହିଁ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି।

    ଅନ୍ୟପଟେ ମହିଳା ସଂରକ୍ଷଣ ନାଁରେ ଷଡଯନ୍ତ୍ର ଚାଲିଛି । ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ବେଳେ ସରକାରଙ୍କ ଉପରେ ଗର୍ଜିଛି କଂଗ୍ରେସ । ବିଲ୍ ମହିଳା ସଂରକ୍ଷଣ ପାଇଁ ନୁହେଁ, ବରଂ ଏହା ପଛପଟ ଦେଇ ସୀମା ନିର୍ଦ୍ଧାରଣ ପ୍ର୍ରକ୍ରିୟା ଲଦି ଦେବା ପାଇଁ ଏକ ମାଧ୍ୟମ । ମହିଳା ସଂରକ୍ଷଣ ବିଲ୍ କୁ ସୀମା ନିର୍ଦ୍ଧାରଣ ସହ ନଯୋଡ଼ିବାକୁ କହିଛି କଂଗ୍ରେସ । ମହିଳା ସଂରକ୍ଷଣ ବିଲ୍ କୁ ଅଲଗା କଲେ ଆମେ ସମର୍ଥନ କରିବୁ ବୋଲି କହିଛି କଂଗ୍ରେସ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କୋଟା ଭିତରେ କୋଟା ଦାବି କରିଛନ୍ତି । ବିତର୍କରେ ଭାଗ ନେଇ ମହିଳା ସଂରକ୍ଷଣ ମଧ୍ୟରେ ମୁସଲିମ୍ ମହିଳାମାନଙ୍କ ପାଇଁ “କୋଟା ଭିତରେ କୋଟା” ଦାବି କରିଥିଲେ । ଏହାର ଜବାବରେ ନିଜ ଦଳର ସବୁ ଟିକେଟ ମୁସଲିମ ମହିଳାଙ୍କୁ ଦେଇ ଦେବାକୁ କହିଥିଲେ ଅମିତ ଶାହ। ଗତକାଲିଠାରୁ ଆରମ୍ଭ ହୋଇଛି ସଂସଦର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ବିତର୍କ ପରେ ଆଜି ଅପରାହ୍ଣ ୪ଟା ବେଳେ ତିନିଟି ବିଲ ଉପରେ ଭୋଟିଂ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    70 %
    2.3kmh
    0 %
    Fri
    25 °
    Sat
    39 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ