Wednesday, October 7, 2026
27.2 C
Odisha

    ଦୁଃଖ ବଢ଼ାଇଛି ବୈତରଣୀ, ରିଲିଫ୍ ମିଳୁନଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ଭଦ୍ରକ: ଦୁଃଖ ବଢ଼ାଇଛି ବୈତରଣୀ । ବୈତରଣୀ, କୋଚିଲା ଓ ଗେଙ୍ଗୁଟି ନଦୀର ବନ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଲୋକ । ଏହି ବ୍ଲକରେ ୨୨ଟି ପଞ୍ଚାୟତର ଲୋକମାନେ ବୈତରଣୀ ଓ ଏହାର ଶାଖା ନଦୀ ବନ୍ୟାରେ କଲବଲ ହେଉଛନ୍ତି । ଏକର ଏକର ଜମିରେ ଧାନ ଚାଷ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି । ଧାର କରଜ କରି ଖରିଫ ଧାନ ଚାଷ କରିଥିବା ଚାଷୀମାନେ କିପରି ପରିବାର ଚଳାଇବେ ତାକୁ ନେଇ ଚିନ୍ତା ଘାରିଛି । ଏପରିସ୍ଥଳେ ଅନେକ ବିପନ୍ନଙ୍କୁ ସରକାରଙ୍କ ପକ୍ଷରୁ ରିଲିଫ ସାମଗ୍ରୀ ମିଳିନଥିବା ଅଭିଯୋଗ ହୋଇଛି ।

    ଧାମନଗର ବ୍ଲକ ଧୂଷୁରୀ ପଞ୍ଚାୟତ ବିପନ୍ନ ଚାଷୀ ଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଭଦ୍ରକ ବ୍ୟୁରୋ ହେଡ ନରେନ୍ଦ୍ର ସାମଲ । ବନ୍ୟା କେବଳ ଚାଷ ଜମିକୁ ନୁହେଁ, ଲୋକଙ୍କ ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରିଛି। ଯାତାୟାତରେ ସମସ୍ୟା ଦେଖାଦେବା ସହ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଏପରି ସ୍ଥିତିରେ ବିପନ୍ନଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ଦାବି ଜୋର ଧରିଛି। ଅନେକ ବିପନ୍ନ ପରିବାରକୁ ଏପର୍ଯ୍ୟନ୍ତ ସରକାରୀ ରିଲିଫ ସାମଗ୍ରୀ ମିଳିନଥିବା ଅଭିଯୋଗ ମଧ୍ୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ