Wednesday, August 26, 2026
26.3 C
Odisha

    ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର

    ଆଗକୁ ପଢନ୍ତୁ

    ନେପାଳ : ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଭୟଙ୍କର ବନ୍ୟାରେ ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୧ ଜଣ ତୀର୍ଥଯାତ୍ରୀ ରହିଥିଲେ, ଯେଉଁମାନେ ମାନସରୋବର ଯାତ୍ରା କରୁଥିଲେ । ଏହାର ସୂଚନା ନେପାଳ ପର୍ଯ୍ୟଟକ ବୋର୍ଡ ଦେଇଛି ।

    ବୋର୍ଡ ତରଫରୁ ନିଖୋଜ ଥିବା ଭାରତୀୟ ତୀର୍ଥଯାତ୍ରୀଙ୍କୁ ଖୋଜା ଚାଲିଛି । ପ୍ରାୟ ୪୦୦ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ଭିତରେ ୨୯୧ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ୩୭ ଜଣ ଏନଆରଆଇ ପର୍ଯ୍ୟଟକ ରହିଛନ୍ତି । ଅନ୍ୟମାନଙ୍କ ଭିତରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ସଂଯୁକ୍ତ ରାଷ୍ଟ୍ର ଆମେରିକା, ମାଲେସିଆ, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ଦକ୍ଷିଣ ଆଫ୍ରିକାର ନାଗରିକ ରହିଛନ୍ତି ।

    ତେବେ ସୀମା ଶୁଳ୍କ ପରିସର ମଧ୍ୟକୁ ବନ୍ୟା ଜଳ ପଶିଯିବାରୁ ସେଠାରେ ପାର୍କିଂରେ ହୋଇଥିବା ପ୍ରାୟ ୨୦୦ରୁ ଅଧିକ ପରିବହନ ଗାଡ଼ି ଓ ବୈଦ୍ୟୁତିକ ଯାନ ଭାସିଯାଇଛି । ଚୀନ୍ ସୀମା ସଂଲଗ୍ନ ତିବ୍ଦତ ଅଞ୍ଚଳରୁ ନେପାଳର ରସୁଆ ଜିଲ୍ଲା ଦେଇ ପ୍ରବାହିତ ଭୋତେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ସକାଳ ୯ଟାରେ ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳକୁ ମାଡ଼ି ଆସିଥିଲା ହଠାତ ବନ୍ୟା । ଭୟଙ୍କର ବନ୍ୟାରେ ରସୁଆର ସ୍ୟାବ୍ରୁବେସି ଏବଂ ତିମୁରେ ଭଳି ପ୍ରମୁଖ ବଜାର ଅଞ୍ଚଳ ଏବଂ ଜନବସତି ପ୍ରଭାବିତ ହୋଇଛି । ଭୋଟେକୋଶୀ ନଦୀ ତ୍ରିଶୂଳୀ ନଦୀ ସହ ମିଶୁଥିବାରୁ ରସୁଆ, ନୁୱାକୋଟ, ଧାଡ଼ିଙ୍ଗ, ଗୋରଖା ଏବଂ ଚିତ୍ରବନ୍ଧ ଜିଲ୍ଲାର ତଳିଆ ଅଞ୍ଚଳ ପାଇଁ ଚେତାବନୀ ଜାରି କରାଯାଇଛି । ନେପାଳ ସେନା ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

    ନେପାଳ ସେନା ମୁତାବକ, ଏଯାଏଁ ୧୨ ଜଣ ଲୋକ ହେଲିକପ୍ଟରରେ ରେସକ୍ୟୁ କରାଯାଇଛି । ସରକାର ୩ ଜିଲ୍ଲାକୁ ବନ୍ୟାରେ ଅଧିକ ପ୍ରଭାବିତ ହେବା ଆଶଙ୍କାରେ ଆଲର୍ଟ ଜାରି କରିଛନ୍ତି । ନେପାଳରେ ଥିବା ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର ଜାରି କରିଛି । ଭାରତୀୟ ଦୂତାବାସ ତରଫରୁ ନେପାଳରେ ଆସିଥିବା ବନ୍ୟାରେ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ୯୭୭୯୮୫୧୩୧୬୮୦୭ କିମ୍ବା ୯୭୭୯୭୦୯୧୦୭୫୦୦ରେ ଯୋଗାଯୋଗ କରିବା ପାଇଁ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    92 %
    1.7kmh
    90 %
    Wed
    27 °
    Thu
    29 °
    Fri
    29 °
    Sat
    28 °
    Sun
    28 °

    ସମ୍ବନ୍ଧିତ