Monday, February 9, 2026
29.6 C
Odisha

    ଗଛକୁ ପିଟିଲା କାର୍ , ୩ ମୃତ

    ଆଗକୁ ପଢନ୍ତୁ

    କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ । ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସକାଳୁ ସକାଳୁ ବୈପାରୀଗୁଡା ଥାନା ଗୌଡଗୁଡା ଛକରେ ଏଭଳି ଅଘଟଣ ଘଟିଛି। ନୟାଗଡରୁ ୬ ଜଣ ଏକ କାର୍ ଯୋଗେ ମାଲକାନଗିରି ଯାଉଥିଲେ। ଏତିକିବେଳେ ଗୌଡଗୁଡା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। କାର ଭିତରେ ଥିବା ୩ ଜଣ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    12 %
    3.9kmh
    1 %
    Mon
    28 °
    Tue
    31 °
    Wed
    33 °
    Thu
    33 °
    Fri
    34 °

    ସମ୍ବନ୍ଧିତ