Tuesday, August 18, 2026
23.6 C
Odisha

    ଗଛରେ ପିଟି ହେଲା ବାଇକ, ଚାଲିଗଲା ଜୀବନ ୨ ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୟାଗଡ଼ : ଗଛରେ ପିଟି ହୋଇଗଲେ, ଚାଲିଗଲା ଜୀବନ। ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ନୟାଗଡ଼ ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ଵାଳ । ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗାଁରୁ ବୋଦସା ଦେଇ କଳଟାଙ୍ଗୀ ଗାଁକୁ ଯାଉଥିବା ବେଳେ ଭରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲେ ।

    ଏହାପରେ ଛିଟିକି ହୋଇ ରାସ୍ତାରେ ପଡିଯାଇଥିଲେ। ସ୍ଥାନୀୟ ଗାଁଲୋକ ଉଭୟଙ୍କୁ ଉଦ୍ଧାର କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖଣ୍ଡପଡା ପୋଲିସ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    93 %
    3.1kmh
    100 %
    Tue
    24 °
    Wed
    28 °
    Thu
    26 °
    Fri
    25 °
    Sat
    25 °

    ସମ୍ବନ୍ଧିତ