Wednesday, June 4, 2025
26.8 C
Odisha

    ଗଞ୍ଜାମ ପରେ ଆଜି ୪ ଜିଲ୍ଲା ଗସ୍ତରେ ଯିବେ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗଞ୍ଜାମ ପରେ ଆଜି ୪ ଜିଲ୍ଲା ପୁରୀ,କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ କ୍ଷେତ ବୁଲି ଦେଖିବେ । ଉଜୁଡା କ୍ଷେତ ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ । ପୁରୀ ଜିଲ୍ଲାର ସତ୍ୟବାଦୀ, ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ, କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରିବେ ।

    ଏହାପୂର୍ବରୁ ଗତକାଲି ନବୀନ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଅଦିନିଆ ବର୍ଷାରେ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଗଞ୍ଜାମର ଚାଷୀକୁଳ ଦୁଃଖରେ ଅଛନ୍ତି । ତେଣୁ କାଳ ବିଳମ୍ବ ନ କରି ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ନବୀନ । ଏହା ସହ ସେ ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.8 ° C
    26.8 °
    26.8 °
    62 %
    1.7kmh
    25 %
    Tue
    27 °
    Wed
    37 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ