Thursday, March 12, 2026
36.2 C
Odisha

    ଗଞ୍ଜାମ ବାଲି ଚୋରା ଚାଲାଣ ମାମଲା, ଇଡିରେ ହାଜର ହେଲେ ବାଲି ବ୍ୟବସାୟୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ ହାଜର ହେଲେ ବାଲି ବ୍ୟବସାୟୀ ତଥା ପୂର୍ବତନ ଛାତ୍ର କଂଗ୍ରେସ ନେତା ବିଶ୍ବଜିତ ପାତ୍ର ଓରଫ ହକି। ଆଜି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡି ।

    ନିକଟରେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଘଟଣାରେ ହୋଇଥିବା ଚଢାଉ ପରେ ବାଲି ଚୋରା ଚାଲାଣ ଏବଂ ବେଆଇନ ଖଣି କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜାନୁୟାରୀ ୧୬ ତାରିଖରେ ଚଢାଉ କରାଯାଇଥିଲା । ଇଡିର ଏକାଧିକ ଟିମ୍ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଆସ୍କା, ଶେରଗଡ଼ ସମେତ ପ୍ରାୟ ୨୫ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ । ଏହି ସର୍ଚ୍ଚ ଅପରେସନ ବେଳେ ପ୍ରାୟ ୨.୬୩ କୋଟି ନଗଦ ଟଙ୍କା ସହ ଫର୍ଚୁନର, ସ୍କର୍ପିଓ, ଥାର୍ ଭଳି ଅନେକ ଦାମୀ ବିଳାସପୂର୍ଣ୍ଣ ଗାଡ଼ି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ସମ୍ପତ୍ତିର ଦଲିଲ ଜବତ କରାଯାଇଛି । ଏହି ମାମଲାରେ ବିଶ୍ୱଜିତ୍ ପାତ୍ର ଏବଂ କିଛି ସ୍ଥାନୀୟ ରାଜନୈତିକ ନେତାଙ୍କ ସଂପୃକ୍ତି ଥିବା ସନ୍ଦେହରେ ସେମାନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ରେଡ୍ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    8 %
    3.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ