Friday, October 18, 2024
29.5 C
Odisha

    ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଅଳଙ୍କାର

    ଆଗକୁ ପଢନ୍ତୁ

    କାରର ସିକ୍ରେଟ ଚାମ୍ବରରୁ ଖୋଜୁଥିଲେ ଗଞ୍ଜେଇ, ମିଳିଲା ବିପୁଳ ପରିମାଣର ରୂପା। ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଜବତ ରୁପାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବା ଅନୁମାନ କରାଯାଉଛି । ଏକ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ କାର୍‌ ଅଟକାଇ ଥିଲା। ହେଲେ ସେହି କାର୍‌ର ସିକ୍ରେଟ୍‌ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍‌ରୁ ଅଧିକ ରୁପା ଅଳଙ୍କାର। ଏପରି ଚିତ୍ର ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍‌ ୱେ’ରେ ଦେଖିବାକୁ ମିଳିଛି। ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାରଖଣ୍ଡକୁ ଯାଉଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରେଙ୍ଗାଲି ଝୁରିପଡା ନିକଟରେ ଚୋରା ଗଞ୍ଜେଇ ଧରିବା ପାଇଁ ଅବକାରୀ ବିଭାଗ ଜଗି ରହିଥିଲା । ଏହି ସମୟରେ MH14H1693 ନମ୍ବର ବିଶିଷ୍ଟ ଏକ କାର ଯାଉଥିବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡି ଯାଂଚ କରିଥିଲା । ଫଳରେ ସିକ୍ରେଟ ଚାମ୍ବରରୁ ରୂପାର ପାଇଁଜି, ଝୁମକା, ରୂପାର ମୂର୍ତ୍ତି, ରୂପାର ଗ୍ଲାସ ବିପୁଳ ପରିମାଣର ଜବତ ହୋଇଛି । ଜବତ ରୂପାକୁ ଜିଏସଟି ବିଭାଗ ଜବତ କରି ନିଜ ଅଫିସକୁ ଆଣି ଓଜନ କରିବା ପରେ ତାହା ୧କ୍ବିଣ୍ଟାଲ ୬୫ କେଜି ବାହାରିଥିଲା । ଏହି ଘଟଣାରେ ଗୋଟିଏ କାର୍, ୩ଜଣ ଚାଲାଣକାରୀକୁ ଜିଏସଟି ବିଭାଗ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ