Sunday, March 22, 2026
28.1 C
Odisha

    ଗଣତନ୍ତ୍ର ବିପଦରେ ଅଛି କି? କାଳିଲଗା ଆଙ୍ଗୁଠି ଦେଖାଇ ଜବାବ ଦେଲେ ଜୟଶଙ୍କର

    ଆଗକୁ ପଢନ୍ତୁ

    ମ୍ୟୁନିକ୍‌: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପାଶ୍ଚାତ୍ୟ ଦେଶକୁ ବିଶ୍ୱ ଗଣତନ୍ତ୍ରର ‘ପ୍ରଚଳିତ ରାଜନୈତିକ ନିରାଶାବାଦ’ ବୋଲି କହିବା ସହ କାଳିଲଗା ଆଙ୍ଗୁଠି ଦେଖାଇ କହିଛନ୍ତି ଯେ ଆମ ପାଇଁ ଗଣତନ୍ତ୍ର ବାସ୍ତବରେ କାର୍ଯ୍ୟକାରୀ ହେଉଛି। ମ୍ୟୁନିକ୍ ନିରାପତ୍ତା ସମ୍ମିଳନୀରେ ‘ଲିଭ୍ ଟୁ ଭୋଟ୍ ଆନାଦର ଡେ: ଫର୍ଟିଫାଇଂ ଡେମୋକ୍ରାଟିକ୍ ରେଜିଲିଏନ୍ସ’ ଶୀର୍ଷକ ଏକ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରି ଜୟଶଙ୍କର ଶୁକ୍ରବାର କହିଛନ୍ତି ଯେ ଭାରତ ଏକ ସଫଳ ଗଣତାନ୍ତ୍ରିକ ସମାଜ ଏବଂ ୮୦୦ ନିୟୁତ ଲୋକଙ୍କୁ ପୋଷଣ ସହାୟତା ପ୍ରଦାନ କରୁଛି। ଜୟଶଙ୍କର କହିଲେ, ଅପେକ୍ଷାକୃତ ନିରାଶାବାଦୀ ପ୍ୟାନେଲରେ ମୁଁ ଜଣେ ଆଶାବାଦୀ। ମୁଁ ମୋ ଆଙ୍ଗୁଠି ଦେଖାଇ ଆରମ୍ଭ କରିବି। ଏହା ହେଉଛି ତର୍ଜନୀ (ବିଶି) ଆଙ୍ଗୁଠି। ମୋ ନଖରେ ଆପଣ ଯେଉଁ କାଳିଦାଗ ଦେଖୁଛନ୍ତି, ତାହା ହେଉଛି ମୁଁ ନିକଟରେ ଭୋଟ୍ ଦେଇଥିବାର ପ୍ରମାଣ। ଆମ ରାଜ୍ୟ (ଦିଲ୍ଲୀ)ରେ ନିର୍ବାଚନ ହୋଇଥିଲା। ଗତବର୍ଷ ଆମର ଏକ ଜାତୀୟ ନିର୍ବାଚନ ଥିଲା।
    ଭାରତୀୟ ନିର୍ବାଚନରେ ପ୍ରାୟ ଦୁଇ ତୃତୀୟାଂଶ ଯୋଗ୍ୟ ଭୋଟର ମତଦାନ କରନ୍ତି। ଜାତୀୟ ନିର୍ବାଚନରେ ପାଖାପାଖି ୯୦୦ ନିୟୁତ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୦୦ ନିୟୁତ ଭୋଟର ମତଦାନ କରିଥିଲେ। ପାଶ୍ଚାତ୍ୟ ଗଣତନ୍ତ୍ର ଉପରେ ତାଙ୍କର ମତାମତ ସମ୍ପର୍କରେ ପଚରାଯିବାରୁ ଜୟଶଙ୍କର କହିଛନ୍ତି ଯେ ଆମେ ଗୋଟିଏ ଦିନରେ ଭୋଟ୍ ଗଣତି କରୁଛୁ। ଫଳାଫଳ ଘୋଷଣା ହେବା ପରେ ଏହାକୁ କେହି ବିରୋଧ କରୁନାହାନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ କହିଛନ୍ତି ଯେ ଆମେ ଗଣତନ୍ତ୍ରର ଦିଗକୁ ନେଇ ଆଶାବାଦୀ। ଆଧୁନିକ ଯୁଗରେ ଆମେ ଭୋଟ୍ ଦେବା ଆରମ୍ଭ କରିବା ପରଠାରୁ ଦଶନ୍ଧି ପୂର୍ବ ତୁଳନାରେ ଆଜି ମାତ୍ର ୨୦ ପ୍ରତିଶତ ଲୋକ ଭୋଟ୍ ଦେଉଛନ୍ତି। ତେଣୁ ଗଣତନ୍ତ୍ର ବିଶ୍ୱସ୍ତରରେ ସମସ୍ୟାରେ ପଡ଼ିଛି, ମୁଁ ଦୁଃଖିତ। କିନ୍ତୁ ଭାରତରେ ୬୦ରୁ ୭୦ ପ୍ରତିଶତ ଲୋକ ଭୋଟ ଦେଉଛନ୍ତି। ଆମେ ଆମ ଗଣତନ୍ତ୍ରର ଦିଗକୁ ନେଇ ଆଶାବାଦୀ ଏବଂ ଆମ ପାଇଁ ପ୍ରକୃତରେ ଗଣତନ୍ତ୍ର ସଫଳ ହୋଇଛି।

    ଜୟଶଙ୍କରଙ୍କ ବ୍ୟତୀତ ଏହି କମିଟିରେ ନରୱେର ପ୍ରଧାନମନ୍ତ୍ରୀ ଜୋନାସ ଗାହର, ଆମେରିକୀୟ ସିନେଟର ଏଲିସା ସ୍ଲୋଟ୍‌କିନ୍‌ ଏବଂ ୱାର୍ସା ମେୟର ରାଫାଲ ଟ୍ରାଜାସ୍କୋସ୍କ ସାମିଲ ଥିଲେ। ଗଣତନ୍ତ୍ର ‘ଟେବୁଲରେ ଖାଦ୍ୟ ରଖେ ନାହିଁ’ ବୋଲି ଆମେରିକୀୟ ସିନେଟର ଏଲିସା ସ୍ଲୋଟ୍‌କିନ୍ ଫ୍ରିବି ଉପରେ ଦେଇଥିବା ମନ୍ତବ୍ୟର ଜବାବ ଦେଇ ଜୟଶଙ୍କର କହିଛନ୍ତି ଯେ ଭାରତ ୮୦୦ ନିୟୁତ ଲୋକଙ୍କୁ ପୋଷଣ ସହାୟତା ପ୍ରଦାନ କରୁଛି। ତଥାପି କିଛି ସମସ୍ୟା ଅଛି। ତେବେ ବିଶ୍ବର ଗୋଟିଏ ପାର୍ଶ୍ବର (ପଶ୍ଚିମ)ଗଣତନ୍ତ୍ରର ସ୍ଥିତିକୁ ପୂରା ବିଶ୍ବର ସ୍ଥିତି ଭାବେ ବିଚାର କରାଯାଇପାରିବ ନାହିଁ ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    30 %
    1.7kmh
    66 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ