Sunday, October 4, 2026
22.7 C
Odisha

    ଗଣେଶ ପୂଜାରେ ଡିଜେ ବ୍ୟାନ : କେବଳ ବାଜିବ ପାରମ୍ପରିକ ବାଦ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ଆଗକୁ ଆସୁଛି ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା। ଆଉ ଏଥି ପାଇଁ ବିଭିନ୍ନ ପୂଜା କମିଟିମାନେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି। ତେବେ ଗଣେଶ ପୂଜାର ସ୍ବତନ୍ତ୍ର ଆକର୍ଷଣ କୁହାଯାଉଥିବା ଭସାଣ ଉତ୍ସବରେ ଏଥର ଡିଜେ ସାଉଣ୍ଡ ବକ୍ସ ରହିବ ନାହିଁ। ପ୍ରଭୁ ଗଣେଶ ବିଦାୟ ନେବା ବେଳେ ମାଟି ଥରିଲା ଭଳି ଶବ୍ଦ ଶୁଣାଯିବ ନାହିଁ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଚଳିତ ଥର ଏହିଭଳି ନିର୍ଦ୍ଦେଶ ଦିଆଯାଇଛି।
    ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ,ବାଜିବ ପାରମ୍ପରିକ ବାଦ୍ୟ। ଡିଜେକୁ ବ୍ୟାନ କରିଛି କମିଶନରେଟ୍ ପୁଲିସ। ଉଭୟ ମେଲୋଡି, ଭସାଣିରେ ବନ୍ଦ କରାଯାଇଛି ଡିଜେ । ଡିଜେ ବଦଳରେ ପାରମ୍ପରିକ ବାଦ୍ୟ ଢୋଲ, ନିଶାଣ, ତାସା, ପେଁକାଳୀ ବାଜିବ। ପୂଜା ସମୟରେ ମେଲୋଡି ଉପରେ କଟକଣା ଲାଗିବ। ଭସାଣିରେ ଡିଜେ ବନ୍ଦ ରହିବ। ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯାନୁଷ୍ଠାନ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ