Friday, October 2, 2026
22.9 C
Odisha

    ଗତକାଲି କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

    ଆଗକୁ ପଢନ୍ତୁ

    ଗୋପ  : ଶାମ୍ବଦଶମୀ ଅବସରରେ ଆସନ୍ତା ୩୦ ତାରିଖରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ଜଣାପଡିଛି। ବିଗତ ବର୍ଷଗୁଡ଼ିକ ଭଳି ଚଳିତବର୍ଷ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ଆନୁକୁଲ୍ୟରେ ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞ ପାଇଁ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ତଥା କୋଣାର୍କ ଏନଏସି କାଉନସିଲର ସୌମ୍ୟସୌରଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମ ହେବ।

    ବିଶ୍ବକୁ ରୋଗମୁକ୍ତ ଓ ବିଶ୍ବର କଲ୍ୟାଣ ପାଇଁ ଏହି ମହାଯଜ୍ଞ ହେଉଛି। ପବିତ୍ର ଶାମ୍ବଦଶମୀରେ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞର ପୂର୍ଣ୍ଣାହୁତି ହେବ। ବିଶ୍ବ ହିନ୍ଦୁ ପରିଷଦର ଭାଗୀରଥୀ ସ୍ବାଇଁ, ରାମକୃଷ୍ଣ ମହାନ୍ତି, ପ୍ରତାପ କାଣ୍ଡି, ଶରତ ମଲ୍ଲ, ରବୀନ୍ଦ୍ର ନନ୍ଦୀ, ରଘୁନାଥ ମହାପାତ୍ର, ପ୍ରିୟରଂଜନ ରଥ ପ୍ରମୁଖଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ