Friday, April 10, 2026
27.5 C
Odisha

    ଗଦା ଦୋକାନରେ ନିଆଁ

    ଆଗକୁ ପଢନ୍ତୁ

    ଭବାନୀପାଟଣା : ସ୍ଥାନୀୟ ଘୋଡାଘାଟ ଛକର ଏକ ଗଦା, ରେଜେଇ ଦୋକାନରେ ଆଜି ଦିନ ପ୍ରାୟ ୧୦ଟା ୩୦ ସମୟରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଆକସ୍ମିକ ନିଆଁ ଯୋଗୁଁଁ ମହମ୍ମଦ ଭୋଲାଙ୍କ ଗଦା ଦୋକାନ ସହିତ ପ୍ରଦୀପ ତାଣ୍ଡିଙ୍କ ପନିପରିବା ଦୋକାନ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା ଏକ ଡେଲିନିଡ୍ସ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ, ଏକ କାଠ ତିଆରି ମୂର୍ତ୍ତି ଦୋକାନ ଅଳ୍ପକେ ରକ୍ଷା ପାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ବ୍ୟସ୍ତ ବହୁଳ ଘୋଡ଼ାଘାଟ ଛକ ଉପରେ ନିଆଁ ଲାଗିବା ଏବଂ ଶତାଧିକ ଲୋକ ମୋବାଇଲରେ ଫଟୋ ଉଠାଇବାକୁ କେନ୍ଦ୍ରକରି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଏଣୁ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ