Tuesday, April 7, 2026
35.3 C
Odisha

    ଗବେଷଣା ଗବାକ୍ଷ: ମସ୍ତିଷ୍କ କୋଷିକା ମରାମତି କରିବ ନୂଆ ଔଷଧ

    ଆଗକୁ ପଢନ୍ତୁ

    ଅସ୍ବାଭାବିକ ଗୁଣସୂତ୍ର ବିଭ୍ରାଟ କାରଣରୁ ଦୁର୍ବଳ ବା ନିଷ୍କ୍ରିୟ ହୋଇଯାଇଥିବା ମସ୍ତିଷ୍କ କୋଷିକାଗୁଡ଼ିକୁ ମରାମତି କରିବା ପାଇଁ ବୈଜ୍ଞାନିକମାନେ ଉପାୟ ପାଇଛନ୍ତି। ‘ନେଚର୍‌’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ‘ଟିମୋଥି ସିଣ୍ଡ୍ରୋମ୍‌’ କୁହାଯାଉଥିବା ଏହି ଗୁଣସୂତ୍ର ତ୍ରୁଟିଜନିତ ରୋଗର ଉମଶମ କରିବ ‘ଆଣ୍ଟିସେନ୍‌ସ୍‌ ଓଲି‌େଗାନ୍ୟୁକ୍ଲିଓଟାଇଡ୍‌’। ଏହି ଔଷଧର ପ୍ରଭାବରେ ପରିବର୍ତ୍ତିତ ମାନବ ‘ନ୍ୟୁରୋନ୍‌’ (ଶରୀରରୁ ମସ୍ତିଷ୍କକୁ ଏବଂ ମସ୍ତିଷ୍କରୁ ଶରୀରକୁ ବାର୍ତ୍ତା ପ୍ରେରଣ ଓ ଗ୍ରହଣ କରୁଥିବା ଏକ ଜାତୀୟ କୋଷିକା) ସ୍ବାଭାବିକ ଭାବେ ବିକଶିତ ହୁଏ।ଆମେରିକାର ଟେକ୍ସାସ୍‌ସ୍ଥିତ ବେଲର୍‌ କଲେଜ୍‌ ଅଫ୍‌ ମେଡିସିନ୍‌ର ପ୍ରଫେସର୍‌ ଡାକ୍ତର ହୁଦା ଜୋଗ୍‌ଭି କହିଛନ୍ତି, ‘‘ପୂର୍ବରୁ ଆମେ ଦୁରାରୋଗ୍ୟ ବୋଲି ଭାବୁଥିବା ଅନେକ ରୋଗର ଉପଚାର ନିମନ୍ତେ ଔଷଧ ଉଦ୍ଭାବନ ଏକ ନୂଆ ଯୁଗର ଅୟମାରମ୍ଭ ମାତ୍ର।’’ ସେ ପୁଣି ମଧ୍ୟ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ‘ଡିଏନ୍‌ଏ’ରେ ମାତ୍ର ଗୋଟିଏ ଗୁଣସୂତ୍ର ପରିବର୍ତ୍ତନ କାରଣରୁ ‘ଟିମୋଥି ସିଣ୍ଡ୍ରୋମ୍‌’ ହୋଇଥାଏ। ଏହି ନୂତନ ଔଷଧ ଉକ୍ତ ଡିଏନ୍‌ଏରେ ଗୋଟାଏ ‘ଆଣ୍ଟିସେନ୍‌ସ୍‌ ଓଲି‌େଗାନ୍ୟୁକ୍ଲିଓଟାଇଡ୍‌’ ବିକଶିତ କରେ। ପ୍ରକୃତରେ ଏହା ହେଉଛି ଗୋଟାଏ କୃତ୍ରିମ ଗୁଣସୂତ୍ରୀୟ ପଦାର୍ଥ, ଯାହା ଜୀବକୋଷ ଦ୍ବାରା ନିର୍ମିତ ପ୍ରୋଟିନ୍‌ ବା ପୁଷ୍ଟିସାରକୁ ବଦଳାଇ ଦିଏ। ‘ଟିମୋଥି ସିଣ୍ଡ୍ରୋମ୍‌’ ଚିକିତ୍ସା ନିମନ୍ତେ ପ୍ରୟୋଗ କରାଯାଉଥିବା ‘ଆଣ୍ଟିସେନ୍‌ସ୍‌ ଓଲି‌େଗାନ୍ୟୁକ୍ଲିଓଟାଇଡ୍‌’ ତ୍ରୁଟିଯୁକ୍ତ ପ୍ରୋଟିନ୍‌କୁ ପରିବର୍ତ୍ତନ କରିବା ନିମନ୍ତେ ହିଁ ପ୍ରସ୍ତୁତ କରାଯାଇଛି। ଅର୍ଥାତ୍‌ ଏହି ବିଭ୍ରାଟ ପାଇଁ ଦାୟୀ ଗୁଣସୂତ୍ର ପରିବର୍ତ୍ତନ ପ୍ରତିରୋଧ କରିବା ଲାଗି ଏହା କାର୍ଯ୍ୟକରେ। ସିଜୋଫ୍ରେନିଆ, ଏପିଲେପ୍ସି, ଏଡିଏଚ୍‌ଡି ଓ ଅଟିଜିମ୍‌ ସ୍ପେକ୍ଟ୍ରମ୍‌ ଭଳି ଅନ୍ୟାନ୍ୟ ଗୁଣସୂତ୍ରୀୟ ରୋଗ କ୍ଷେତ୍ରରେ ମଧ୍ୟ ଏହି ଚିକିତ୍ସା ଫଳପ୍ରଦ ହେବାର ସମ୍ଭାବନା ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ