Friday, July 10, 2026
26.6 C
Odisha

    ଗଭୀର ସମୁଦ୍ରରେ ତେଲ ଚୋରି ରାକେଟ୍, ମାଛଧରା ବୋଟ୍ ସାହାଯ୍ୟରେ ଚାଲିଛି କାରବାର

    ଆଗକୁ ପଢନ୍ତୁ

    ପାରାଦ୍ଵୀପ : ଗଭୀର ସମୁଦ୍ରରେ ଚାଲିଛି ଚୋରା ତେଲ ମାଫିଆଙ୍କ ରାଜୁତି । ଚୋରା ତେଲ ବ୍ୟବସାୟ ର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ । ଏକ ସ୍ବତନ୍ତ୍ର ସିଣ୍ଡିକେଟ କାମ କରୁଥିବା ସଂଦେହ କରାଯାଉଛି। ପାରାଦ୍ଵୀପ ବନ୍ଦରକୁ ଆସୁଥିବା ଜାହାଜରୁ ତେଲ କାଢ଼ି ମାଛଧରା ବୋଟ ମାଧ୍ୟମରେ ଆଣି ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି କାରବାରରେ ସାମିଲ ଅଛନ୍ତି ଆନ୍ଧ୍ରପ୍ରଦେଶର ଲୋକ । ଗତକାଲି ବିଳମ୍ବିତ ରାତିରେ ଏକ ବୋଟ୍ କୁ ନେହେରୁବଙ୍ଗଳା ସାମୁଦ୍ରିକ ପୋଲିସ ଧରିଛି । ଗୋଟିଏ ବୋଟ୍ ରେ ପାଖାପାଖି ୨୦୦୦ ରୁ ୩୦୦୦ ଲିଟର ଡିଜେଲ ଥିଲା । ଏହି କାରବାରରେ ଜଣେ ଚୋରା ତେଲ ମାଫିଆକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଉଭୟଙ୍କ ଘର ଆନ୍ଧ୍ର ପ୍ରଦେଶରେ। ସେମାନେ ପାରାଦ୍ଵୀପରେ ରହି ଏହି ଚୋରା ଡିଜେଲ ବ୍ୟବସାୟ କରୁଥିଲେ । କାରବାରର ମୁଖ୍ୟ କାର୍ପଟଦାର ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    86 %
    2.4kmh
    100 %
    Fri
    26 °
    Sat
    30 °
    Sun
    27 °
    Mon
    29 °
    Tue
    25 °

    ସମ୍ବନ୍ଧିତ