Sunday, May 10, 2026
24.8 C
Odisha

    ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ, ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର

    ଆଗକୁ ପଢନ୍ତୁ

    ଶତ୍ରୁ ଶିବିରରେ କମ୍ପନ । ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ । ଏବେ ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର । ଭାରତର ସାମରିକ ଶକ୍ତିରେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ଯୋଡ଼ି ହୋଇଛି । ଓଡ଼ିଶା ଉପକୂଳ ସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ୱୀପରୁ DRDO ଅଗ୍ନି ସିରିଜର ଏକ ଅତ୍ୟାଧୁନିକ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲଟି MIRV (Multiple Independently Targeted Re-entry Vehicle) ଟେକ୍ନୋଲୋଜିରେ ସଜ୍ଜିତ ।

    ଯାହା ଭାରତକୁ ବିଶ୍ୱର ମାତ୍ର କେତେକ ଶକ୍ତିଶାଳୀ ଦେଶଙ୍କ ତାଲିକାରେ ସାମିଲ କରିଛି । ସାଧାରଣତଃ ଗୋଟିଏ ମିସାଇଲ ଗୋଟିଏ ଲକ୍ଷ୍ୟଭେଦ କରିଥାଏ, କିନ୍ତୁ MIRV ଯୁକ୍ତ ଅଗ୍ନି ମିସାଇଲର ବିଶେଷତ୍ୱ ରହିଛି । ଏହି ଗୋଟିଏ ମିସାଇଲ୍ ଆକାଶକୁ ଯିବା ପରେ ଏଥିରୁ ବାହାରୁଥିବା ଏକାଧିକ ପରମାଣୁ ଯୁଦ୍ଧାସ୍ତ୍ର ଶହ ଶହ କିଲୋମିଟର ଦୂରରେ ଥିବା ଅଲଗା ଅଲଗା ଶତ୍ରୁ ଶିବିରକୁ ଏକାସାଙ୍ଗରେ ଧ୍ୱଂସ କରିପାରିବ ।

    ଏହି ମିସାଇଲକୁ ଅଟକାଇବା ଶତ୍ରୁର ଆଣ୍ଟି-ବାଲିଷ୍ଟିକ୍ ମିସାଇଲ୍ ସିଷ୍ଟମ୍ ପାଇଁ ପ୍ରାୟ ଅସମ୍ଭବ । କାରଣ ଏକାଧିକ ଯୁଦ୍ଧାସ୍ତ୍ର ଭିନ୍ନ ଭିନ୍ନ ଗତି ଓ ଦିଗରେ ଆସି ଶତ୍ରୁର ସୁରକ୍ଷା ବଳୟକୁ ଭେଦ କରିବାର କ୍ଷମତା ରଖନ୍ତି । ଭାରତ ମହାସାଗର ଅଞ୍ଚଳରେ ଥିବା ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକୁ ଏହି ମିସାଇଲ୍ ଅତି ସୂକ୍ଷ୍ମ ଭାବେ ଧ୍ୱଂସ କରିଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ପରୀକ୍ଷଣକୁ ସମ୍ପୂର୍ଣ୍ଣ ସଫଳ ବୋଲି କୁହାଯାଇଛି ।

    ଗ୍ରାଉଣ୍ଡ ଷ୍ଟେସନ ଏବଂ ସମୁଦ୍ରରେ ଥିବା ରାଡାର ଜରିଆରେ ଏହାର ଗତିପଥ ଉପରେ ନଜର ରଖାଯାଇଥିଲା । ଏହି ସଫଳତା ସହ ଭାରତ ଏବେ ଆମେରିକା, ଋଷ, ଚୀନ୍ ଓ ଫ୍ରାନ୍ସ ଭଳି ଅତି ସୀମିତ ଦେଶଙ୍କ କ୍ଲବରେ ସାମିଲ ହୋଇଛି । ଯାହାଙ୍କ ପାଖରେ MIRV କ୍ଷମତା ସମ୍ପନ୍ନ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ରହିଛି । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.8 ° C
    24.8 °
    24.8 °
    82 %
    1.5kmh
    11 %
    Sun
    36 °
    Mon
    38 °
    Tue
    36 °
    Wed
    40 °
    Thu
    41 °

    ସମ୍ବନ୍ଧିତ