Thursday, June 4, 2026
39.9 C
Odisha

    ଗରମରେ ମୁଣ୍ଡ ଥଣ୍ଡା ପାଇଁ ବ୍ୟବହାର କରନ୍ତୁ ଚନ୍ଦନ ତେଲ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଖରା ଗରମ ବଢିବାରେ ଲାଗିଛି । ତେଣୁ ଖରା ଗରମ ମୁଣ୍ଡରେ ସିଧାସଳଖ ମାଡ଼ ହୋଇ ପ୍ରଭାବ ପକାଇଥାଏ । ଏପରି ସ୍ଥିତିରେ ଥଣ୍ଡା ଖାଦ୍ୟ ଖାଇବାକୁ ଇଚ୍ଛା ହେବା ସହିତ ମୁଣ୍ଡ ଓ ମୁହଁକୁ ମଧ୍ୟ ଥଣ୍ଡା ରଖିବାକୁ ମନ ହୋଇଥାଏ । ସେଥିପାଇଁ ଆମେ ଅଧିକାଂଶ ସମୟରେ ଟ୍ୟାନ୍ ଦୂର କରିବାକୁ ବିଭିନ୍ନ ଦାମୀ ପ୍ରଡକ୍ଟ ବ୍ୟବହାର କରିଥାଉ ଏବଂ ମୁଣ୍ଡକୁ ଥଣ୍ଡ କରିବା ପାଇଁ ପାଣିରେ ଧୋଇ ନିଅନ୍ତି । ଯାହା ଦ୍ବାରା ପରବର୍ତ୍ତୀ ସମୟରେ ଥଣ୍ଡା, ଜ୍ବର ଦେଖାଦେଇଥାଏ । କିନ୍ତୁ ଏଭଳି ଏକ ଜିନିଷ ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଲଗାଇବା ଦ୍ବାରା ଖରା ଦାଉରୁ ଆରାମ ମିଳିପାରିବ । ଯଦି ଖରା ଗରମ ଉତ୍ତାପରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣମାନେ ଚନ୍ଦନ ତେଲର ବ୍ୟବହାର କରିପାରିବେ । ଦେଖିବେ ଆପଣଙ୍କ ସମସ୍ୟା ଚୁଟକିରେ ଦୂର ହୋଇଯିବ । ଏହି ତେଲ ଲଗାଇବା ମାତ୍ରେ ଥଣ୍ଡା ଅନୁଭବ ହୋଇଥାଏ ।

    ଚନ୍ଦନ ତେଲରେ ମିଳୁଥିବା ପୋଷକ ତତ୍ତ୍ୱ କେବଳ ଚର୍ମ ସମସ୍ୟାରେ ନୁହେଁ ବରଂ ଅନ୍ୟାନ୍ୟ ଶାରୀରିକ ସମସ୍ୟାରେ ମଧ୍ୟ ସାହାଯ୍ୟ କରେ। ଚନ୍ଦନ ମନ ଏବଂ ଆତ୍ମାକୁ ଶାନ୍ତ କରିଥାଏ । ଆଜି ଆମେ ଆପଣଙ୍କୁ ଚନ୍ଦନ ତେଲର ଲାଭ ବିଷୟରେ କହୁଛୁ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ମାନସିକ ଚାପ ଦୂର କରେ – ଯଦି ଆପଣ ମାନସିକ ଚାପରେ ଅଛନ୍ତି ତେବେ ଆପଣ ଚନ୍ଦନ ତେଲ ବ୍ୟବହାର କରିବା ଉଚିତ । ଚନ୍ଦନ ତେଲରେ α-ସାଣ୍ଟାଲୋଲ ରାସାୟନିକ ଉପାଦାନ ରହିଛି । ଏହି ଚନ୍ଦନ ତେଲର ବାସ୍ନା ଯେମିତ ଚାପ ମଧ୍ୟ ହ୍ରାସ କରିପାରେ । ତେଣୁ ଖରାଦିନେ କେଶରେ ଚନ୍ଦନ ତେଲ ଲଗାନ୍ତୁ ।

    ରକ୍ତଚାପ ନିୟନ୍ତ୍ରଣ କରେ – ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଚନ୍ଦନ ତେଲ ଖୁବ୍ ପ୍ରଭାବଶାଳୀ । ତେଣୁ ଏହି ବ୍ୟକ୍ତିମାନେ ଚନ୍ଦନ ତେଲ ବ୍ୟବହାର କରିବା ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଚନ୍ଦନ ତେଲର ବାସ୍ନା ହରମୋନଗୁଡ଼ିକୁ ସକ୍ରିୟ କରିଥାଏ ଏବଂ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ । ଏଥିସହିତ ସନ୍ତୁଳିତ ରକ୍ତଚାପ ବଜାୟ ରଖିବା ପାଇଁ ଚନ୍ଦନ ତେଲ ବ୍ୟବହାର କରାଯାଇପାରିବ ।

    ଫୁଲା କମ୍ କରେ – ଚନ୍ଦନ ତେଲ ଶରୀରର ଫୁଲା ସମସ୍ୟାକୁ ଦୂର କରିଥାଏ । ଏଥିରେ ଆଣ୍ଟି ଇନଫ୍ଲୋମେଣ୍ଟାରୀ ଗୁଣ ଭରପୂର ମାତ୍ରାରେ ଥାଏ । ଯାହା ଦ୍ବାରା ଫୁଲା କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଚନ୍ଦନ ତେଲ ଚର୍ମରେ ଥିବା ଲାଲପଣକୁ କମ୍ କରିଥାଏ ।

    ନିଦ ସମସ୍ୟାରୁ ମୁକ୍ତି ଦିଏ – ଯଦି ଆପଣଙ୍କର ନିଦ ଜନିତ ସମସ୍ୟା ରହିଛି ତେବେ ଚନ୍ଦନ ତେଲ ମାଲିସ୍ କରନ୍ତୁ । ଯାହା ଦ୍ବାରା ଏହି ସମସ୍ୟାକୁ ରୋକାଯାଇପାରିବ । ସ୍ମୃତି ଶକ୍ତିକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

    ତ୍ବଚା ପାଇଁ ଲାଭଦାୟକ –ଚନ୍ଦନ ତେଲ ତ୍ବଚା ପାଇଁ ଖୁବ୍ ଫଳପ୍ରଦ । ଚନ୍ଦନ ତେଲରେ ସେସ୍କିଟରପିନ୍ ଆଲକୋହଲ ଥାଏ, ଯାହାକୁ ମୁହଁରେ ଲଗାଇବା ଦ୍ବାରା ତ୍ବଚାକୁ ଚମକଦାର କରିଥାଏ । ବ୍ରଣ ଏବଂ ଦାଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ତେଣୁ ଏହାକୁ ଲଗାଇବାର ଅଭ୍ୟାସ କରନ୍ତୁ । ଅଳ୍ପ କିଛି ଦିନରେ ଫରକ୍ ଦେଖିବାକୁ ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.9 ° C
    39.9 °
    39.9 °
    24 %
    2.9kmh
    33 %
    Thu
    41 °
    Fri
    42 °
    Sat
    41 °
    Sun
    41 °
    Mon
    43 °

    ସମ୍ବନ୍ଧିତ