Sunday, April 12, 2026
39 C
Odisha

    ଗରମ ଦିନରେ କଂଚା ଅମୃତଭଣ୍ଡା ଜୁସ କରିଥାଏ ଡାଇଜେସନ ବୃଦ୍ଧି ଓ ଶରୀରକୁ ରଖିଥାଏ ଭିତରୁ ଥଣ୍ଡା

    ଆଗକୁ ପଢନ୍ତୁ

    ଗ୍ରୀଷ୍ମଋତୁ ନିଜ ସହିତ ନେଇକି ଆସିଥାଏ ଗରମ ପବନ, ଥକାପଣ ପାଚନ ସମସ୍ୟା , ଝାଡ଼ାବାନ୍ତି ସମସ୍ୟା ଇତ୍ୟାଦି। ଏପରି ସ୍ଥିତିରେ ଶରୀରକୁ ଭିତରୁ ଥଣ୍ଡା ରଖିବା ମଧ୍ୟ ନିହାତି ଜରୁରୀ। ବିଶେଷ ଭାବରେ ଆମେ ଗରମ ଦିନରେ ଲେମ୍ବୁ ପାଣି, ବେଲ ପଣା, ପଇଡ଼ ପାଣି ଇତ୍ୟାଦି ସେବନ କରିଥାଉ, କିନ୍ତୁ ଗୋଟିଏ ଏଭଳି ବିକଳ୍ପ ରହିଛି ଯାହାକୁ ଆମେ ଅଣଦେଖା କରିଦେଇ ଥାଉ – ତାହା ହେଉଛି କଂଚା ଅମୃତଭଣ୍ଡା ଜୁସ। ଏହି ଜୁସ ଶରୀରକୁ ଭିତରୁ ଥଣ୍ଡା ରଖିନଥାଏ ଡ଼ିଟକ୍ସ ମଧ୍ୟ କରିଥାଏ। ଓଜନ ହ୍ରାସ କରିବା , ପାଚନ ରେ ସୁଧାର ସହିତ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ।

    କଞ୍ଚା ଅମୃତ ଭଣ୍ଡାରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା :–

    ଭିଟାମିନ A, C , E , ଫୋଲେଟ , ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଓ ଏଞ୍ଜାଇମ ଭଳି କାଇମପେପନ ରେ ଭରପୁର ହୋଇଥାଏ।

    ଏହାଛଡା ପୋଟାସିୟମ, ମଗ୍ନେଶୀୟମ ଓ କ୍ୟାଲସିୟମ ମଧ୍ୟ ଭରପୁର ମାତ୍ରା ରେ ଥାଏ। ଏହି ସମସ୍ତ ପୋଷାକ ତତ୍ୱ ଶରୀରକୁ ଭିତରୁ ଷ୍ଟ୍ରଙ୍ଗ କରନି।

    ଗରମ ଦିନରେ କଂଚା ଅମୃତଭଣ୍ଡା ଜୁସ ର ଲାଭ :–

    କଂଚା ଅମୃତଭଣ୍ଡା ପାପେନ ନାମକ ଏଞ୍ଜାଇମ ରହିଥାଏ, ଯାହାକି ପ୍ରୋଟିନ କୁ ହଜମ କରିବାରେ ସାହାଯ୍ୟ କରେ। ଯଦି ଆପଣ ଗରମ ଦିନରେ କିଛି ହେଭି ଖାଦ୍ୟ ଖାଇ ଦେଉଛନ୍ତି ତେବେ ଏହି ଜୁସ କୁ ସେବନ କରିବା ଦ୍ୱାରା ଗ୍ୟାସ, ଏସିଡ଼ିଟି ଓ ବାନ୍ତି ସମସ୍ୟା ଦୂର ହୋଇଥାଏ।

    କମ କ୍ୟାଲୋରୀ ଓ ହାଇ ଫାଇବର କାରଣରୁ ଏହି ଜୁସ ଭୋକ କୁ ନିୟନ୍ତ୍ରିତ କରିଥାଏ, ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ଯେଉଁ କାରଣରୁ ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଓଜନ ନିୟନ୍ତ୍ରିତ ହୁଏ।

    କଞ୍ଚା ଅମୃତଭଣ୍ଡା ଜୁସ ଲିଭର ଓ କିଡ୍ନୀକୁ ଡିଟେକ୍ସ କରିଥାଏ, ଏହା ଶରୀରର ଟକ୍ସିନକୁ ବାହାର କରିଥାଏ ଏବଂ କୋଷିକା ଗୁଡିକୁ ରୀ-ଜେନେରେଟ କରିଥାଏ।

    ଭିଟାମିନ c ଓ ଆଣ୍ଟିଆକ୍ସିଡେଣ୍ଟ ରେ ଭରପୁର ଜୁସ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ଏବଂ ଭାଇରଲ ଇନଫେକ୍ସନରୁ ରକ୍ଷା କରିଥାଏ।

    ଏଥିରେ ଥିବା ଭିଟାମିନ A ଓ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ଭିତରୁ ପୋଷଣ ଦେଇଥାଏ ଏବଂ ସ୍କିନରେ ଚମକ ଆଣିଥାଏ। ଦାଗ ଦୂର କରି କେଶକୁ ମଜବୁତ କରିଥାଏ।

    ପ୍ରସ୍ତୁତି ପ୍ରଣାଳୀ :–
    କଞ୍ଚା ଅମୃତଭଣ୍ଡା ଗୋଟେ କପ
    ଲେମ୍ବୁ ରସ ଗୋଟେ ଚାମଚ
    ପାଣି ଗୋଟେ ଗ୍ଲାସ
    ମହୁ ଗୋଟେ ଚାମଚକୁ ଭଲରେ ମିଶାଇ ନିୟମିତ ସକାଳୁ ସେବନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ