Saturday, March 14, 2026
24.5 C
Odisha

    ଗର୍ଭବତୀଙ୍କ ପାଇଁ ବିଷ ଏହି ଗ୍ରୀନ୍ ଜୁସ୍

    ଆଗକୁ ପଢନ୍ତୁ

    ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏହା ଏକ ଅତ୍ୟନ୍ତ ସମ୍ବେଦନଥୀଳ ସମୟ, ଯେଉଁ ସମୟରେ ସେମାନେ ନିଜ ସ୍ବାସ୍ଥ୍ୟ ଏବଂ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । କିନ୍ତୁ ଆପଣ ଜାଣନ୍ତି କି, ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଜୁସ୍ ଅତ୍ୟନ୍ତ ବିପଦଜନକ ପ୍ରମାଣିତ ହୋଇପାରେ ? ଆସନ୍ତୁ ଜାଣିବା ଏହା ଶରୀର ଉପରେ କଣ ପ୍ରଭାବ ପକାଇପାରେ । ଲାଉକୁ ସାଧାରଣତଃ ଏକ ଅତ୍ୟନ୍ତ ସ୍ୱାସ୍ଥ୍ୟକର ପନିପରିବା ଭାବରେ ବିବେଚନା କରାଯାଏ। ଏଥିରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି, ଯାହା ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତଥାପି, ଗର୍ଭବତୀ ମହିଳାମାନେ ଲାଉ ଜୁସ୍ ପିଇବା ଉଚିତ୍ ନୁହେଁ, ବିଶେଷକରି ଯଦି ଏହା ତିକ୍ତ ବା ବହୁତ କଡ଼ା ହୋଇଥାଏ । କାରଣ ଏହା ସେମାନଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ। ଲାଉ ଜୁସରେ ଏପରି କିଛି ଉପାଦାନ ରହିଛି ଯାହା ଖାଦ୍ୟ ବିଷାକ୍ତ କରିପାରେ । ବାନ୍ତି, ପେଟ ଯନ୍ତ୍ରଣା ଏବଂ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ଏହା ପଛରେ କଣ କାରଣ ରହିଛି ।

    ଲାଉ ଜୁସ୍ ବିଷାକ୍ତ ହୋଇପାରେ-

    ଗର୍ଭାବସ୍ଥାରେ ଏହି ଜୁସ୍ ପିଇବାଠାରୁ ଦୂରେଇ ରହିବା ଉଚିତ୍। ଯଦି ଲାଉ ଜୁସ୍ ତିକ୍ତ, ତେବେ ଏଥିରେ ବିଷାକ୍ତ ଉପାଦାନ ଥାଇପାରେ, ଯାହା ବାନ୍ତି, ପେଟ ଯନ୍ତ୍ରଣା ଏବଂ ଦୁର୍ବଳତା ଭଳି ସମସ୍ୟା ସୃଷ୍ଟି କରିପାରେ।

    ମା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ-

    ଗର୍ଭାବସ୍ଥାରେ ଟିକିଏ ଅସାବଧାନତା ମଧ୍ୟ ପିଲାର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ। ଯଦି ମହିଳା ଏହି ସମୟରେ ଲାଉ ଜୁସ୍ ପିଅନ୍ତି, ତେବେ ଏହା ଶିଶୁର ବିକାଶରେ ବାଧା ସୃଷ୍ଟି କରିପାରେ କିମ୍ବା ଅନ୍ୟାନ୍ୟ ଜଟିଳତା ସୃଷ୍ଟି କରିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ