Saturday, April 4, 2026
29.2 C
Odisha

    ଗର୍ଭବତୀ ମହିଳାଙ୍କ ପାଇଁ ଅଭିଶପ୍ତ ଗାଁ ‘ପିତାଦେଈ’

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଭାରତ ସ୍ୱାଧୀନ ହେବାର ୭୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିତାଦେଈ ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଏହି ଗ୍ରାମକୁ ନିତିଦିନିଆ ଗମନାଗମନ ପାଇଁ ରାସ୍ତା ନଥିବା ବେଳେ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍, ମୋବାଇଲ ଇଣ୍ଟରନେଟ ସେବାରୁ ଗ୍ରାମବାସୀ ବଞ୍ଚିତ ଅଛନ୍ତି।ଗାଁରେ ମୋଟ ୧୫ପରିବାର ବସବାସ କରୁଥିବା ବେଳେ ସମସ୍ତେ ପ୍ରାୟ ଚାଷ କରିବା ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଦେହ ଖରାପ ହେଲେ ମେଡ଼ିକାଲ ଯିବା ପାଇଁ ଦୋଳା ହିଁ ଏକ ମାତ୍ର ଭରସା।।ବିକଶିତ ଭାରତର ନାରା ଭିତରେ ଏହି ଗାଁର ବିକାଶ ହଜି ଯାଇଛି।ଅନ୍ୟପକ୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ପ୍ରଚାରସର୍ବସ୍ୱ ଭଳି ମନେ ହେଉଛି।କେନ୍ଦ୍ର ସରକାର ପ୍ରଯୁକ୍ତି ବିଦ୍ୟାରେ ୫-ଜି ,ଏଆଇ ଭଳି ନୂତନ ଜ୍ଞାନକୌଶଳ ଅବଲମ୍ବନ କରିସାରିଲେଣି ହେଲେ କନ୍ଧମାଳ ଜିଲ୍ଲାରେ ଏହିଭଳି କିଛି ଗାଁ ଅଛି ଯେଉଁ ଠାରେ ଲୋକେ ବିଦ୍ୟୁତ ଆଲୋକ ଦେଖି ନାହାନ୍ତି ତଥାପି ଆମ ଦେଶ ବିକାଶ କରୁଛି ବୋଲି ନାରା ଚାଲିଛି।

    ଏହି ଗାଁର ସମସ୍ୟାକୁ ଦେଖିବା ନିମନ୍ତେ ଗତ ୨୦୨୩ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ଘୁ.ଉଦୟଗିରି ବ୍ଳକ୍‌ର ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଲକ୍ କର୍ତ୍ତୁପକ୍ଷ ଏବଂ ତଲାରିମାହା ଗ୍ରାମପଞ୍ଚାୟତର ସରପଞ୍ଚ ବଳଭଦ୍ର କହଁର, ସମିତି ସଭ୍ୟ ଉମେଶ ଚନ୍ଦ୍ର ପ୍ରଧାନ ଏବଂ ଗଟାମାହା ଗ୍ରାମରେ ଯୁବ ଗବେଷକ ତଥା ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ପିତାଦେଈ ଗ୍ରାମକୁ ପରିଦର୍ଶନ କରିଥିଲେ ‌।
    ପରିଦର୍ଶନ ସମୟରେ ପିତାଦେଈ ଗ୍ରାମରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ପିତାଦେଈ ଗ୍ରାମକୁ ନିତିଦିନିଆ ଯିବା ଆସିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ପକ୍କା ରାସ୍ତା ନିର୍ମାଣ ସହିତ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଯୁବ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଥମ ଥର ପାଇଁ ଗ୍ରାମବାସୀମାନେ ଅତି ନିକଟରୁ ଦେଖି ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଗ୍ରାମରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

    ପୂର୍ବତନ ବିଡ଼ିଓ ପିତାଦେଈ ଗାଁର ବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସମୟରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା ଫଳରେ ସେ ପିତାଦେଈ ଗ୍ରାମର ବିକାଶ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ପ୍ରତିଶ୍ରୁତି ଆଜି ବି ପ୍ରତିଶ୍ରୁତିରେ ହିଁ ରହିଯାଇଛି। ପିତାଦେଈ ଗାଁକୁ ଯିବା ପାଇଁ ଏବେବି ପକ୍କା ରାସ୍ତାଟିଏ ନାହିଁ, ଫଳରେ ଗ୍ରାମବାସୀଙ୍କୁ ଆତଯାତ କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି ।

    କିଛି ବର୍ଷ ତଳେ ସୌରଶକ୍ତି ମାଧ୍ୟମରେ ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିଲା କିନ୍ତୁ ସୌରଶକ୍ତି ପ୍ୟାନେଲର ଯନ୍ତ୍ରାଂଶର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଏବଂ ମରାମତିରେ ଅବହେଳା ଯୋଗୁ ତାହା ବର୍ତ୍ତମାନ ଠିକ୍ ଭାବେ କାମ କରୁନାହିଁ, ଫଳରେ କିଛି ପରିବାର ଅନ୍ଧାରରେ ଜୀବନ ବିତାଉଛନ୍ତି । ସେହିଭଳି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଯୋଗୁ କୁନିକୁନି ପିଲାମାନେ ପ୍ରାକ୍ ଶିକ୍ଷା ସହିତ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି ।

    ସରକାରଙ୍କ ବସୁଧା ଯୋଜନା ଏଠି ପ୍ରହସନ ପାଲଟିଛି । କିଛି ଦିନ ତଳେ ଗାଁକୁ ପାନୀୟ ଜଳ ପାଇଁ ପାଇପ୍ ବିଛାଯାଇଥିବା ବେଳେ ଜଳ ଯୋଗାଣ ହୋଇ ପାରି ନଥିବାରୁ ଏବେ ମଧ୍ୟ ଗ୍ରାମବାସୀ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। କଥାରେ ଅଛି ଯେଉଁଠି ନାହିଁ ରାସ୍ତା ସେଠି ବାଟ ହୁଡିଛି ବିକାଶ । ଏହାର ସ୍ପଷ୍ଟ ନମୁନା ହେଉଛି ପିତାଦେଈ । ସରକାରୀ ଯୋଜନା ଥାଇ ବି ଏଠାରେ ଅପହଞ୍ଚ। ଏବେ ବି ଦୁର୍ଗମର ଏହି ଅନ୍ଧାରୀ ମୂଲକରେ ସରକାରୀ ଯୋଜନା ସାତ ସପନ ହୋଇ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ