Saturday, May 16, 2026
31.7 C
Odisha

    ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ, ଜବରଦସ୍ତି ଖୁଆଇଲା ଗର୍ଭପାତ ଔଷଧ

    ଆଗକୁ ପଢନ୍ତୁ

    ରାଜସ୍ଥାନ : ଗର୍ଭବତୀ ପତ୍ନୀକୁ ଜବରଦସ୍ତି ଗର୍ଭପାତ ଔଷଧ ଖୁଆଇ ହତ୍ୟା କଲା ସ୍ବାମୀ । ରାଜସ୍ଥାନ ଭିଲୱାଡା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ନିଜ ଗର୍ଭବତୀ ପତ୍ନୀକୁ ପିଟି ପିଟି ହତ୍ୟା କରିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ ମାମଲା ଦାୟର କରାଯାଇଛି ।

    ଖବର ମୁତାବକ, ବୁଧବାର ରାତି ହମିରଗଢ ଥାନାର ବିଏସଏଲ କଲୋନୀରେ ଏଭଳି ଘଟଣା ଘଟିଛି । ଅଭିଯୁକ୍ତ ଗୋପୀ ସିଂ ନିଜର ୫ ମାସର ଗର୍ଭବତୀ ପତ୍ନୀ ରୋଲି ଦେବୀଙ୍କୁ ପିଟିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଦମ୍ପତିଙ୍କ ୧୪ ବର୍ଷର ଝିଅ ପୋଲିସକୁ ବୟାନ ଦେଇ ଘଟଣା ବିଷୟରେ କହିଛନ୍ତି ।

    ଝିଅ କହିବା ଅନୁଯାୟୀ, ବାପା ମାକୁ ପ୍ରବଳ ମାରିଥିଲେ । ଦିନରେ ବଜାରକୁ ଯାଇ କିଛି ଔଷଧ ଆଣିଥିଲେ । ଆଉ ମାକୁ ଜବରଦସ୍ତି ଖୁଆଇ ଦେଇଥିଲେ, ଏହାପରେ ଅବସ୍ଥା ଗୁରୁତର ହୋଇଥିଲା । ଏହାପରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ ।

    ପୋଲିସ ଝିଅର ବୟାନକୁ ଆଧାର କରି ମାମଲା ରୁଜୁ କରିଛି । ଝିଅର ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ଘରୋଇ ବିବାଦ ଯୋଗୁଁ ଦମ୍ପତି ପ୍ରତ୍ୟେକ ଦିନ ଝଗଡା କରୁଥିଲେ । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିବା ଡାକ୍ତରଖାନା ରିପୋର୍ଟରୁ ଜଣାପଡିଛି । ମାରପିଟରୁ ଜବରଦସ୍ତି ଗର୍ଭପାତ ସଂକେତ ମିଳିଛି । ତଥାପି ପୋଲିସ ଘଟଣାର ଯାଂଚ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    44 %
    3.9kmh
    23 %
    Sat
    33 °
    Sun
    41 °
    Mon
    45 °
    Tue
    46 °
    Wed
    45 °

    ସମ୍ବନ୍ଧିତ