Monday, June 29, 2026
27.5 C
Odisha

    ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣା ସ୍ଥଳରେ ୫ ମୃତ

    ଆଗକୁ ପଢନ୍ତୁ

    ଆଜମଗଢ : ଉତ୍ତରପ୍ରଦେଶ ଆଜମଗଢର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ କଣ୍ଟେନର ଭିତରେ ପସିଯାଇଥିଲା, ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ଆହତଙ୍କୁ ହପସିଟାଲରେ ଭର୍ତ୍ତି କରାଯାଇଛି । କନ୍ଧାରପୁର ଥାନା ଅନ୍ତର୍ଗତ ମାଇଲଷ୍ଟୋନ ୨୩୮ ନିକଟରେ ଦୁର୍ଘଟଣା ଘଟିଛି । ଘଟଣା ପରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।

    ସେହିପରି ଜାଲୌନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ରହିଛନ୍ତି । ପୋଲିସ ସୂଚନା ଅନୁସାରେ ଶୁକ୍ରବାର ରାତି ୧୧ଟାରେ କୋତିୱାଲି ଥାନା ଅର୍ନ୍ତଗତ ଜାଲୌନ-ଓରିୟା ରୋଡରେ ଏକ ସ୍କୁଲ ନିକଟରେ ଦ୍ରୁତ ଗତିରେ ଏକ କାର୍ ଆସି ରାସ୍ତାକଡ଼ରେ ଥିବା ଗଛ ସହିତ ଧକ୍କା ହୋଇ ଗାତରେ ଖସିପଡିଥିଲା । କାର୍ ଭିତରେ ଥିବା ଲୋକଙ୍କ ଚିତ୍କାର ଶୁଣିବା ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    77 %
    1kmh
    99 %
    Sun
    27 °
    Mon
    36 °
    Tue
    34 °
    Wed
    32 °
    Thu
    32 °

    ସମ୍ବନ୍ଧିତ