Tuesday, September 17, 2024
24.1 C
Odisha

    ଗର୍ଭାବସ୍ଥାରେ ଆଇରନର ଅଭାବକୁ ପୂଣ୍ଣ କରେ ଏହି ଖାଦ୍ୟ

    ଆଗକୁ ପଢନ୍ତୁ

    ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କ ଶରୀରରେ ଆଇରନ ଅଭାବ ହେଉଥିବାର ଦେଖାଯାଇଥାଏ । ଯଦି ଶରୀରରେ ଆଇରନ ସ୍ତର କମିଯାଏ । ତେବେ ଏହା ଆପଣଙ୍କ ଗର୍ଭରେ ବଢୁଥିବା ଶିଶୁ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । ଏପରି ପରିସ୍ଥିତିରେ ଗର୍ଭବତୀ ମା’ ଖାଦ୍ୟରେ କିଛି ପ୍ରାକୃତିକ ଖାଦ୍ୟ ଅନ୍ତର୍ଭୂକ୍ତ କରିବା ଉଚିତ । ଯାହା ଆଇରନ ସ୍ତରକୁ ବଢାଇଥାଏ । ଗର୍ଭାବସ୍ଥାରେ ଆଇରନର ଅଭାବକୁ କିପରି ଦୂର କରି ହେବ । ଆସନ୍ତୁ ଜାଣିବା କିଛି ସୁସ୍ଥ ଖାଦ୍ୟ ସମ୍ପର୍କରେ –

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାରେ ଶରୀରରେ ଆଇରନ ପରିମାଣ ବଢାଇବା ପାଇଁ  ଖଜୁରୀ, ଡିମ୍ବିରି ଏବଂ କିସମିସ୍ ଖାଇବା ନିହାତି ଆବଶ୍ୟକ। ଏହି ଡ୍ରାଏ ଫ୍ରୁଟ୍ ଗୁଡ଼ିକରେ ଆଇରନ୍, ମ୍ୟାଗ୍ନେସିୟମ୍, କପର୍, ଭିଟାମିନ୍ ଏ ଏବଂ ସି ଭରପୁର ରହିଥାଏ । ପ୍ରତ୍ୟେକ ଦିନ ୨-୩ଟି ଖଜୁରୀ, ୨ଟା ଡିମ୍ବିରି ଏବଂ ଗୋଟିଏ ଚାମଚ କିସମିସ୍ ଖାଇବା ଦ୍ୱାରା ଶକ୍ତି ଯୋଗାଏ ଏବଂ ଶରୀରରେ ଆଇରନ ସ୍ତରକୁ  ବଢାଇବାରେ ସହାଯ୍ୟ କରିଥାଏ ।ସେହିପରି ନଡ଼ିଆରେ ମଧ୍ୟ ଆଇରନ ପରିମାଣ ଭରପୂର ମାତ୍ରାରେ ରହିଛି । ତେଣୁ ନଡ଼ିଆକୁ ଖଜୁରୀ ଓ ଗୁଡ ସହିତ ଖାଇବା କିମ୍ବା ନଡ଼ିଆ ପାଣିକୁ ନିୟମିତ ଭାବରେ ପିଇବା ଦ୍ୱାରା ରକ୍ତହୀନତା ଭଳି ସମସ୍ୟାକୁ ଦୂର କରାଥାଏ ଓ ହେମୋଗ୍ଲୋବିନ ବୃଦ୍ଧି କରିଥାଏ । ଏହା ହୃଦଘାତ ଏବଂ କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିଥାଏ।

    ଡାଳିମ୍ବ- ଭିଟାମିନ୍ କେ, ଭିଟାମିନ୍ ସି, ଫାଇବର, ପୋଟାସିୟମ୍ ଏବଂ ପ୍ରୋଟିନର ପରିମାଣ ଭରପୂର ହୋଇ ରହିଥାଏ । ଡାଳିମ୍ବ ଖାଇବା ଦ୍ୱାରା ରକ୍ତହୀନତାକୁ ଭଲ କରିବା ପାଇଁ ସର୍ବୋତ୍ତମ ହୋଇଥାଏ । କାରଣ ଏଥିରେ ଭିଟାମିନ୍ ସି ରହିଥାଏ ।

    ମିଲେଟ ଜାତୀୟ ଖାଦ୍ୟ – ଏଥିରେ ଆଇରନ୍ , କ୍ୟାଲସିୟମ୍ ଏବଂ ଫୋଲେଟ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶିଶୁର ସୁସ୍ଥ ରହିବା ସହ ମସ୍ତିଷ୍କ ବିକାଶ କରିଥାଏ । ତେଣୁ ଆପଣ ନିଜ ଖାଦ୍ୟରେ ମିଲେଟ ଜାତୀୟ ଖାଦ୍ୟ ଅନ୍ତର୍ଭୁକ୍ତ କରିପାରିବେ ।

    ବାଦାମ- ବାଦାମରେ ଥିବା ଆଇରନ୍ ଗର୍ଭସ୍ଥ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ମାନସିକ ବିକାଶରେ ସାହାଯ୍ୟ କରିଥାଏ । ଏହା ମା’ର ଶରୀରରୁ ଶିଶୁକୁ ଅମ୍ଳଜାନ ବିତରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଗର୍ଭବତୀ ମହିଳାମାନଙ୍କୁ ଥକ୍କାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣ ରାତିରେ ପାଣିରେ ଭିଜାଯାଇଥିବା ବାଦାମକୁ ଖାଆନ୍ତୁ ।

    ମୁଗ ଡାଲି – ମୁଗ ଡାଲି ଖାଇବା ଦ୍ୱାରା ଶରୀରକୁ ୮୦% ଆରଡିଆଇ ଯୋଗାଇଥାଏ । ସେଗୁଡ଼ିକରେ ଅଧିକ ପରିମାଣର ଆଇରନ୍, ପ୍ରୋଟିନ୍ ଏବଂ ଫାଇବର ମଧ୍ୟ ଥାଏ । ଯାହା ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଅଧିକ ଆବଶ୍ୟକ ରହିଥାଏ । ଗର୍ଭସ୍ଥ ମହିଳାମାନେ ଏହି ସମୟରେ ସବୁବେଳେ କଞ୍ଚା ପରିବା ଖାଇବା ଆବଶ୍ୟକ ହୋଇଥାଏ ।

    ଅଁଳା-ବିଟ୍-ଗାଜର – ଗାଜର ଏବଂ ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ସେହିପରି ଅଁଳାରେ ଭିଟାମିନ୍-ସି ମଧ୍ୟ ରହିଛି । ଯେଉଁମାନଙ୍କର ଶରୀରରେ ଆଇରନ୍ ପରିମାଣ ବହୁତ କମଥାଏ ଏହି ତିନୋଟିକୁ ଏକାଠି ଖାଇଲେ ଶରୀରରେ ବହୁତ ପରିମାଣରେ ଆଇରନ୍ ବୃଦ୍ଧି ପାଇଥାଏ ।

    ସୋଲା ଭଜା- ପ୍ରତି ୧୦୦ ଗ୍ରାମ ସୋଲାରେ ପ୍ରାୟ ୨୨% ଆଇରନ ରହିଥାଅ । ଯଦି ଆପଣ ଗର୍ଭାବସ୍ଥାରେ ଏହାକୁ ଖାଆନ୍ତି ତେବେ ଏହା ଶରୀରରେ ଲୋହିତ ରକ୍ତ କଣିକାକୁ ବଢାଇଥାଏ । ଏତିକି ନୁହେଁ, ଗର୍ଭାବସ୍ଥାରେ ଥକ୍କ୍ଣଆ ଏବଂ ବାନ୍ତି ହେବାରୁ ମଧ୍ୟ କିଛି ମାତ୍ରାରେ ଆରାମ ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ