Tuesday, September 29, 2026
29.2 C
Odisha

    ଗର୍ଭାବସ୍ଥା ସମୟରେ ହେୟାର ଷ୍ଟ୍ରେଟ୍ କରୁଛନ୍ତି କି ? ତେବେ ଜାଣାନ୍ତୁ ଏହାର କ୍ଷତିକାରକ ଗୁଣ ସମ୍ପର୍କରେ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟର ଜୀବନଶୈଳୀରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁଛି । ଖାସ୍ କରି ଝିଅମାନେ ଅଧିକାଂଶ ସମୟରେ ସେମାନେ ସେମାନଙ୍କ ଷ୍ଟାଇଲକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ସେ ହେୟାର ଷ୍ଟ୍ରେଟନିଂ ହେଉ ଅବା ମେକଅପ୍ । କିଛି ସମୟ ପାଇଁ ହୁଏ ତ ସୁନ୍ଦରତା ପ୍ରଦାନ କରିଥାଏ, କିନ୍ତୁ ଏହା ପରବର୍ତ୍ତୀ ସମୟରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ଯାହା ଦ୍ବାରା ଅନେକ ସମୟରେ ସେମାନେ କ୍ଷତିରେ ପଡିଥାନ୍ତି । ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଷୟରେ ।

    କ’ଣ ଆପଣ ପ୍ରତିଦିନ ଅଫିସ୍ ଏବଂ କଲେଜ୍ ଯିବା ସମୟରେ ଚୁଟି ଷ୍ଟ୍ରେଟ୍ କରୁଛନ୍ତି କି? ଚୁଟି ଷ୍ଟ୍ରେଟ୍ କଲେ ହୁଏ ତ ସୁନ୍ଦର ଏବଂ ଷ୍ଟାଇଲିସ୍ ଦିଶିପାରନ୍ତି, କିନ୍ତୁ ଏହା ଆପଣଙ୍କୁ ପରେ ଅନେକ ସମସ୍ୟାରେ ପକାଇପାରେ । ଯଦି ଆପଣଙ୍କୁ ଏହା ପସନ୍ଦ ତେବେ ଆମେ ଆପଣଙ୍କୁ ଏହାର କିଛି କ୍ଷତି ସମ୍ପର୍କରେ ଜଣାଇବୁ ।

    ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଆଜିକାଲି କେଶ ସିଧା କରିବା ଏକ ଟ୍ରେଣ୍ଡ ପାଲଟିଛି । ବିଶେଷକରି ମହିଳାମାନେ ପ୍ରାୟତଃ କେଶରେ ଏହି ପ୍ରକାରର ଚିକିତ୍ସା କରନ୍ତି । କିନ୍ତୁ ବାରମ୍ବାର କେଶ ସିଧା କରିବା ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରିବା ଯୋଗୁଁ ମହିଳାମାନଙ୍କଠାରେ କର୍କଟ ରୋଗ ବୃଦ୍ଧି ପାଉଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ନିଜ କେଶରେ ଏପରି ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି ସେମାନଙ୍କ ଗର୍ଭାଶୟ କର୍କଟ ରୋଗର ଆଶଙ୍କା ଦୁଇଗୁଣ ଥାଏ, ଯେଉଁମାନେ ଏହାକୁ ବ୍ୟବହାର କରନ୍ତି ନାହିଁ। ୨୦୧୯ ମସିହାରେ ଆଉ ଏକ ଅଧ୍ୟୟନରୁ ଜଣାପଡିଛି ଯେ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବା ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗର ୩୦% ବୃଦ୍ଧି ଦେଖିବାକୁ ମିଳିଛି।

    ସବୁଠାରୁ ବଡ କ୍ଷତି ହେଉଛି ଏହା ଶୁଷ୍କ ହୋଇଯାଏ । ଷ୍ଟ୍ରେଟନର୍ ହେଉ ବା କେମିକାଲ୍ ହେଉ , ଯେକୌଣସି ଉପାୟରେ ଚୁଟିକୁ ଷ୍ଟ୍ରେଟ୍ କଲେ ଏହାର ତୈଳାଂଶ ଶେଷ ହୋଇଯାଏ । ଯାହା କେଶକୁ ଅଧିକ ଡ୍ରାଏ କରିଥାଏ । କେବଳ ଏତିକି ନୁହେଁ ବରଂ କେଶକୁ ରଫ୍ କରିଦେଇଥାଏ । ଆଉ କେଶ ଡ୍ରାଏ ହେବାଦ୍ବାରା କେଶ ଝଡିବା ମଧ୍ୟ ଆରମ୍ଭ ହୋଇଯାଏ । ବିଶେଷ କରି ଗର୍ଭବତୀ ମହିଳାମାନେ ଏହି ହେୟାର ଷ୍ଟ୍ରେଟନିଂଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ ।

    ହେୟାର ଷ୍ଟ୍ରେଟନିଂ ମା ଏବଂ ଛୁଆ ଉଭୟଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହା ନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମହିଳାମାନେ ଏହି ବିଷୟରେ ସତର୍କ ରହିବା ଉଚିତ ଏବଂ କଠୋର ରାସାୟନିକ ପଦାର୍ଥ ବ୍ୟବହାରଠାରୁ ଦୂରରେ ରହିବା ଉଚିତ ।

    ଯଦିଓ ଗର୍ଭାବସ୍ଥାରେ ଷ୍ଟ୍ରେଟନିଂ ବ୍ୟବହାରର କୌଣସି ପ୍ରଭାବ ଉପରେ ଅଧ୍ୟୟନ କରାଯାଇନାହିଁ, ତଥାପି କେଶ ଷ୍ଟ୍ରେଟନିଂ କରିବା ଦ୍ବାରା କିଛି ବିପଦ ସୃଷ୍ଟି କରିପାରେ ।

    ଯେପରିକି ଗର୍ଭବତୀ ସମୟରେ ଏହା କରିବା ଦ୍ବାରା କ୍ୟାନସରର କାରଣ ହୋଇପାରେ । ହେୟାର ଷ୍ଟ୍ରେଟନିଂ ସମୟରେ ପାରାମିନ୍ ଭଳି ରାସାୟନିକ ପଦାର୍ଥ ସିରମ୍ ଏବଂ କ୍ରିମ୍‌ରେ ମଧ୍ୟ ବ୍ୟବହାର କରାଯାଏ । ଯାହା ହରମୋନକୁ ଇନବାଲାନ୍ସ କରି ଦେଇଥାଏ । ଯାହା ଦ୍ବାରା ମହିଳାମାନେ ସ୍ତନ କର୍କଟ ରୋଗର ଶିକାର ହୋଇଥାନ୍ତି । ଯାହା ଗବେଷଣାରୁ ପ୍ରମାଣିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ