Monday, October 5, 2026
24.7 C
Odisha

    ସଜନା ଛୁଇଁ ଅପେକ୍ଷା ସଜନା ଶାଗରେ ରହିଛି ଔଷଧୀୟ ଗୁଣ, ଜାଣନ୍ତୁ ଫାଇଦା

    ଆଗକୁ ପଢନ୍ତୁ

    ଆମ ଶରୀର ସବୁବେଳେ ସୁସ୍ଥ ରହିବା ଜରୁରୀ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଆମେ ସଠିକ୍‌ ଭାବେ ନେଇପାରି ନଥାଉ । ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ । ଯାହା ପରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଆମ ସୁସ୍ଥ ଶରୀର ପାଇଁ ଅନେକ ପନିପରିବା, ଫଳମୂଳ ଆଦି ଖାଇଥାଉ । ସଜନା ଛୁଇଁ ହେଉ ଅବା ସଜନା ଶାଗ । ଉଭୟ ଆମ ସୁସ୍ଥ ଶରୀର ପାଇଁ ଲାଭପ୍ରଦ ହୋଇଥାଏ ।

    ପ୍ରତ୍ୟେକ ଶାଗରେ କିଛି ନା କିଛି ଔଷଧୀୟ ଗୁଣ ରହିଛି । ଅନେକ ଆୟୁର୍ବେଦିକ ଔଷଧରେ ଏହାର ପତ୍ର, ଫୁଲ ଏବଂ ଫଳ ବ୍ୟବହୃତ ହୋଇଥାଏ। ସଜନାକୁ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଲୋକପ୍ରିୟ ସ୍ୱାସ୍ଥ୍ୟକର ଖାଦ୍ୟରେ ସାମିଲ କରାଯାଇଛି। ପ୍ରାୟତଃ କୋଭିଡ ସମୟରେ ଲୋକେ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଁ ସଜନା ଶାଗ ବେଶୀ ମାତ୍ରାରେ ବ୍ୟବହାର କରୁଥିଲେ । ଏଥିରେ ଅନେକ ଫାଇଦା ରହିଛି ।

    ବିଶେଷ କରି ସଜନା ଛୁଇଁ ଏବଂ ଶାଗ ଲୋକମାନେ ବର୍ଷା ଦିନେ ଖାଇଥାନ୍ତି । ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ, ଅମିନୋ ଏସିଡ୍, ଭିଟାମିନ୍ ଏ ଏବଂ ସି ରହିଛି । ଏଥିରେ ଆଣ୍ଟିଫଙ୍ଗଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଡ୍ରିପ୍ରେସେଣ୍ଟ ଗୁଣ ରହିଛି । ଏହାର ପତ୍ରଠାରୁ ନେଇ ଫଳ ପର୍ଯ୍ୟନ୍ତ, ପ୍ରତ୍ୟେକ ଅଂଶ ବହୁତ ଫଳପ୍ରଦୀ ହୋଇଥାଏ । ସଜନାର ଅନେକ ସ୍ୱାସ୍ଥ୍ୟ ଲାଭ ଅଛି । ଯାହାର ଫାଇଦା ଆପଣ ମଧ୍ୟ ଉଠାଇ ପାରିବେ । ଯାହା ଡାଇବେଟିସ, କ୍ୟାନସର ପେସେଣ୍ଟ, ହାର୍ଟ ପେସେଣ୍ଟ, ଚକ୍ଷୁ ରୋଗ ଏବଂ ଗଣ୍ଠି ରୋଗ ଭଳି ଅନେକ ଗମ୍ଭୀର ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ । କେବଳ ଏହି ରୋଗରେ ପୀଡିତ ଥିବା ଲୋକ ନୁହେଁ ବରଂ ଏହାକୁ ସମସ୍ତେ ଖାଇବା ଉଚିତ୍ । ତେବେ ଏହି ପତ୍ରର ଲାଭକାରୀ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।

    ଯଦି ଆପଣ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ସଜନା ଶାଗ ହେଉଛି ଏଥି ପାଇଁ ସର୍ବୋତ୍ତମ ବିକଳ୍ପ । ସଜନା ଶାଗ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ । ଏଥିରେ କ୍ଲୋରୋଜେନିକ ଏସିଡ୍ ଥିବାରୁ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି-ଡାଇବେଟିସ ଗୁଣ ଥିବାରୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଏହି ଶାଗକୁ ଡାଇବେଟିସ ରୋଗୀମାନେ ନିଜ ଖାଇବା ଲିଷ୍ଟରେ ସାମିଲ କରିବା ନିହାତି ଆବଶ୍ୟକ ।

    ସଜନା ଶାଗ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ବହୁତ ପ୍ରଭାବଶାଳୀ ହୋଇଥାଏ । ଏଥିରେ ପୋଟାସିୟମ ପ୍ରଚୁର ପରିମାଣରେ ଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ । ଏପରି ପରିସ୍ଥିତିରେ, ଉଚ୍ଚ ରକ୍ତଚାପ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରି ସହଜରେ ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ।

    ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ୍ ଏବଂ ଭିଟାମିନ୍ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା କ୍ୟାନସର ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ । ଏହା ସହିତ କ୍ୟାନସରର କୋଷଗୁଡିକ ସହିତ ଲଢେଇ କରିବାରେ ସହାୟକ କରିଥାଏ ସଜନା ଶାଗ । ଏତିକି ନୁହେଁ ବରଂ ସଜନା ଶାଗ କୋଷ୍ଠକାଠିନ୍ୟ, ବଦହଜମୀ ଏବଂ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଯାହା ଫଳରେ ପାଚନ କ୍ରିୟାରେ ଥିବା ସମସ୍ୟାକୁ ଦୂର କରିଥାଏ ।

    ତେଣୁ ସୁସ୍ଥ ଶରୀର ପାଇଁ ସମସ୍ତ ହେଲଦି ଫୁଡ ସହିତ ଏହାକୁ ସାମିଲ କରନ୍ତୁ । ଏହି ଶାଗକୁ ଖାଇ ଅନେକ ରୋଗରୁ ଉପଶମ ପାଆନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ