Saturday, March 14, 2026
35.3 C
Odisha

    ଗହୀରମଥାରେ ମାଫିଆଙ୍କ ଆତଙ୍କରାଜ: ବନ ବିଭାଗ ଠାରୁ ଛଡ଼ାଇ ନେଲେ ଟ୍ରଲର

    ଆଗକୁ ପଢନ୍ତୁ

    ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଟ୍ରଲର ମାଫିଆମାନେ ରବିବାର ଅପରାହ୍ଣରେ ଉତ୍ପାତ ହୋଇଛନ୍ତି। ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ଧରିବାକୁ ବନବିଭାଗ ଟିମ ଉଦ୍ୟମ କରିବାରୁ ବନବିଭାଗ ଟିମ ଉପରକୁ ମିଳିତ ଭାବେ ଟ୍ରଲର ଗୁଡିକ ଆକ୍ରମଣ କରିଛନ୍ତି। ବନବିଭାଗ ଜବତ କରିଥିବା ଗୋଟିଏ ଟ୍ରଲରରେ ଥିବା ୮ ମତ୍ସ୍ୟଜୀବୀଙ୍କୁ ଟ୍ରଲର ମାଫିଆମାନେ ବନବିଭାଗ ଠାରୁ ଛଡାଇ ନେଇଛନ୍ତି।ମଝି ସମୁଦ୍ରରେ ବନବିଭାଗ କର୍ମଚାରୀ ନିଜ ଜୀବନ ବଂଚାଇବାକୁ ବ୍ଲାଙ୍କ ଫାଇରିଂ କରିଥିବା ବେଳେ ଟ୍ରଲର ମାଫିଆମାନେ ମଧ୍ୟ ବ୍ଲାଙ୍କ ଫାଇରିଂ କରି ବନବିଭାଗ କର୍ମଚାରୀଙ୍କୁ ଭୟଭୀତ କରାଇଛନ୍ତି। ମିଳିତଭାବେ ୬ଟି ଟ୍ରଲର ବନବିଭାଗ ଟିମକୁ ଆକ୍ରମଣ ଉଦ୍ୟମ କରିବାରୁ ଜୀବନ ବଂଚାଇ ଗୋଟିଏ ଟ୍ରଲର ଓ ଜଣେ ମତ୍ସ୍ୟଜିବୀଙ୍କୁ ଧରି ବନବିଭାଗ ଟିମ କୂଳକୁ ଫେରିଛି। ଏହି ଘଟଣା ପରେ ପାଟ୍ରୋଲିଂ ଟିମ ଭୟଭୀତ ହୋଇପଡିଥିବା ବେଳେ ବିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପ୍ରତି ବଡଧରଣର ବିପଦ ସୃଷ୍ଟି ହୋଇଛି।
    ଆଜି ସକାଳେ ଗହୀରମଥା ରେଂଜର ବାବୁବାଲି ଫରେଷ୍ଟର ସୁରେଶ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ ଅଲଭିୟା ଟ୍ରଲରରେ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିଲେ। କୂଳଠାରୁ ପ୍ରାୟ ୭ କିମି ଦୂରରେ ଚଣ୍ଡୀ ତାରିଣୀ-୩ ରେଜିଷ୍ଟ୍ରେସନ ନଂ-ଆଇଏନଡି-ଓଆର୦୧ଏମଏମ୩୧୭ ନାମକ ଏକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଦେଖିଥିଲେ। ଦିନ ପ୍ରାୟ ୧୨ ଘଟିକା ସମୟରେ ବନବିଭାଗ ପାଟ୍ରୋଲିଂ ଟିମ ଏହି ଟ୍ରଲରକୁ ଗୋଡାଇ ଧରିବା ସହିତ ଟ୍ରଲରରେ ଥିବା ଡ୍ରାଇଭର ଓ ଅନ୍ୟ ୮ଜଣ ମତ୍ସ୍ୟଜିବୀଙ୍କୁ ଧରିଥିଲେ। ବନବିଭାଗ ପାଟ୍ରୋଲିଂ ଟ୍ରଲର ତାରିଣୀ-୩ ଟ୍ରଲରକୁ ଗୋଡାଇବା ଭିତରେ ଏହି ଟ୍ରଲର ଅନ୍ୟ ଟ୍ରଲର ମାନଙ୍କୁ ଡକାଇ ସାରିଥିଲେ। ବନବିଭାଗ ଟିମ୍ ସେହି ଟ୍ରଲରକୁ ଧରିବାକ୍ଷଣି ଅନ୍ୟ ଟ୍ରଲର ଗୁଡିକ ବନବିଭାଗ ପାଟ୍ରୋଲିଂ ଟିମକୁ ଆକ୍ରମଣ ଉଦ୍ୟମ କରିଥିଲେ। ବନବିଭାଗ ପାଟ୍ରୋଲିଂ ଟିମ ନିଜ ଜୀବନକୁ ବଂଚାଇବା ପାଇଁ ବ୍ଲାଙ୍କ ଫାଇରିଂ କରିଥିଲେ। ସେମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିବାର ସୂଚନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    10 %
    0.5kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ