Monday, October 6, 2025
28.3 C
Odisha

    ଗାଁ ମାଟିକୁ ଆସି ପାରୁନି ଦାଦନଙ୍କ ମରଶରୀର, ପରିବାର ଲୋକଙ୍କ ଆକୁଳ ନିବେଦନ

    ଆଗକୁ ପଢନ୍ତୁ

    ବାଲେଶ୍ବର : ମା’ ଅନାଇଛି ପୁଅକୁ.. ସ୍ତ୍ରୀ ଚାହିଁ ବସିଛି ସ୍ବାମୀର ଫେରିବା ବାଟକୁ । ସ୍ବାମୀର ଫଟୋ ଧରି ସ୍ତ୍ରୀ ଗୁମୁରି ଗୁମୁରି କାନ୍ଦୁଛି । ରୋଜଗାରିଆ ପୁଅକୁ ହରାଇ ମା’ ମୁଣ୍ଡରେ ହାତ ଦେଇ ବସିଛି । ହେଲେ ଗାଁ ମାଟିକୁ ଆସି ପାରୁନି ମରଶରୀର । ଘରର ଆର୍ଥିକ ପରିସ୍ଥିତି ସ୍ବଛଳ ନଥିଲା ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । ଏବେ ଜଗବନ୍ଧୁଙ୍କ ମୃତ ଦେହ ଗାଁ କୁ ଫେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ ।

    ଆଠ ବର୍ଷ ଧରି ପ୍ଲାଇଉଡୁ କମ୍ପାନୀରେ କାର୍ଯ୍ୟ କରି ପରିବାର ଚଳାଉଥିଲେ । ପରିବାର ଏବେ ବେସାହାରା ହୋଇପଡ଼ିଥିବା ବେଳେ ମୃତ ଦେହକୁ ଆଣିବା ପାଇଁ ପରିବାର ଓ ଅଞ୍ଚଳଵାସୀ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଳକ ବଡଜୟୀପୁର ପଞ୍ଚାୟତ ଓରନ୍ଦା ଗାଁ ର ଜଗବନ୍ଧୁ ବାରିକ (୪୫) ଙ୍କ ପରିବାରରେ ।

    ଜଗବନ୍ଧୁ କେରଳରେ ଏକ ପ୍ଲାଇ କମ୍ପାନୀରେ ୮ଵର୍ଷ ଧରି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ ଶୁକ୍ରବାର କେରଳର ପାଲକୁଡ ଷ୍ଟେସନ ନିକଟରେ ବିଲରେ ତାଙ୍କ ମୃତଦେହ ଦେଖି ରେଳବାଇ ପୋଲିସ୍ ଉଦ୍ଧାର କରିଥିଲେ । ଜୀବନ ହାରିଥିବା କଥା କୁହାଯାଉଛି । ତାଙ୍କ ପକେଟରେ ଥିବା ମୋବାଇଲରେ ପୋଲିସ ତାଙ୍କ ଘରକୁ ଖଵର ଦେଇଥିଲେ । ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

    ଗୁରୁବାର ଦିନ ଜଗବନ୍ଧୁ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିବା ବେଳେ ଗତକାଲି ଶୁକ୍ରବାର ମୃତ୍ୟୁ ଖଵର ପରିବାର ଲୋକଙ୍କ ଦୁଃଖ କହିଲେ ନସରେ । ଘରେ ଵୃଦ୍ଧା ମା, ସ୍ତ୍ରୀ ଦୁଇ ଝିଅ ସମେତ ଏକମାତ୍ର ପୁତ୍ର ତାଙ୍କର ମୃତ୍ୟୁର ଅସହାୟ ହୋଇପଡିଛନ୍ତି । ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଏକମାତ୍ର ରୋଜଗାରକ୍ଷମ ଜଗବନ୍ଧୁ ତାଙ୍କ ମୃତ୍ୟୁ ପୁରା ପରିବାରରେ କଳାବାଦଲ ଘୋଟି ଆସିଛି । ଜଗବନ୍ଧୁଙ୍କ ମୃତ ଦେହ ଓଡ଼ିଶାକୁ ଅଣାଯାଇ ସତ୍କାର ସହିତ ଶୁଦ୍ଧିକ୍ରିୟା ସମ୍ପନ୍ନ ପାଇଁ ପରିବାର ଓ ଅଞ୍ଚଳଵାସି ସ୍ଥାନୀୟ ସିମୁଳିଆ ବିଧାୟକ, ଜିଲ୍ଲାପାଳ, ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ପ୍ରଶାସନ ଅସହାୟ ପରିବାର ପ୍ରତି ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    76 %
    1.3kmh
    86 %
    Mon
    30 °
    Tue
    29 °
    Wed
    29 °
    Thu
    28 °
    Fri
    29 °

    ସମ୍ବନ୍ଧିତ