ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ସ୍କିନର ଯତ୍ନ ନେବାକୁ ଭୁଲିଯାଉଛେ । ପ୍ରଦୂଷଣ ହେତୁ ସ୍କିନ ଖରାପ ହୋଇଯାଉଛି ଏବଂ ସୁନ୍ଦର ସ୍କିନ ପାଇବା ପାଇଁ ଆମେ ଦାମୀ ବ୍ୟୁଟି ଟ୍ରିଟମେଣ୍ଟ କରି ନିଜର ଟଙ୍କା ନଷ୍ଟ କରୁଛୁ । ସ୍କିନର ଯତ୍ନ ନ ନେବା କିମ୍ବା ସ୍କିନ୍ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ଅନେକ ରୋଗ ହୋଇପାରେ, ଯାହା ମଣିଷ ପାଇଁ ସାଂଘାତିକ ହୋଇପାରେ । ତେବେ ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ଅତ୍ୟନ୍ତ ଉପକାରୀ ।ତେବେ ଶୀତଦିନେ, ସ୍କିନ ପ୍ରାୟତଃ ତାର ଚମକ ହରାଇଥାଏ ଏବଂ ମୁହଁ ଶୁଷ୍କ ଏବଂ ନିର୍ଜୀବ ଦେଖାଯିବାକୁ ଲାଗେ । ଯଦି ଆପଣ ପାର୍ଲର ନ ଯାଇ ସୁନ୍ଦର ଏବଂ ଚମକଦାର ସ୍କିନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଗାଜର ଏବଂ ବିଟରୁଟରେ ତିଆରି ଫେସ୍ ମାସ୍କ ବ୍ୟବହାର କରିପାରିବେ । ଏହି ଫେସ୍ ପ୍ୟାକ୍କୁ ଆପଣଙ୍କର ସ୍କିନ କେୟାର ରୁଟିନ୍ର ଏକ ଅଂଶ କରି, ଆପଣ ଆପଣଙ୍କର ସ୍କିନକୁ ବହୁତ ଭଲ ରଖିପାରିବେ । ତେବେ ଏହି ଫେସ୍ ପ୍ୟାକ୍ ତିଆରି କରିବା ବହୁତ ସହଜ । ତାହେଲେ ଆସନ୍ତୁ ଜାଣିବା ଫେସ୍ ମାସ୍କ କିପରି ତିଆରି କରିବେ ?
ଘରେ ଏକ ପ୍ରାକୃତିକ ଫେସ୍ ପ୍ୟାକ୍ ତିଆରି କରିବାକୁ, ପ୍ରଥମେ ଗାଜର ଏବଂ ବିଟକୁ ଭଲ ଭାବରେ ଗ୍ରେଟ କରି ଦିଅନ୍ତୁ । ଏହା ପରେ ସେହି ଗାଜର ଏବଂ ବିଟ୍ରୁଟ୍କୁ ଏକ ସୁତା କପଡ଼ାରେ ରଖନ୍ତୁ ଏବଂ ଏକ ପାତ୍ରରେ ଏହାର ରସ ବାହାର କରନ୍ତୁ । ଏବେ ଏହି ପାତ୍ରରେ ଗୋଟିଏ ଚାମଚ ଦହି ପକାଇ ଭଲ ଭାବରେ ମିଶାନ୍ତୁ । ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଦହି ବଦଳରେ ବେସନ ମଧ୍ୟ ବ୍ୟବହାର କରିପାରିବେ ।
ଜାଣନ୍ତୁ ମୁହଁରେ ଏହାକୁ କିପରି ଲଗାଇବେ :
ତେବେ ଆପଣ ଏହି ଫେସ୍ ପ୍ୟାକ୍କୁ ଆପଣଙ୍କ ମୁହଁ ଏବଂ ବେକରେ ଲଗାଇପାରିବେ । ଭଲ ଫଳାଫଳ ପାଇବା ପାଇଁ, ଆପଣଙ୍କୁ ଏହି ଫେସ୍ ମାସ୍କକୁ ଆପଣଙ୍କ ମୁହଁରେ ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବାକୁ ପଡିବ । ତେବେ ମୁହଁ ଧୋଇବା ପରେ, ଆପଣ ନିଜ ମୁହଁରେ ଏହାର ସକାରାତ୍ମକ ପ୍ରଭାବ ଦେଖିବା ଆରମ୍ଭ କରିବେ । ଆପଣ ସପ୍ତାହରେ ଦୁଇଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ ।
ସ୍କିନ ପାଇଁ ଲାଭଦାୟକ :
ଏହି ଫେସ୍ ପ୍ୟାକ୍ ନିୟମିତ ବ୍ୟବହାର କରନ୍ତୁ ଏବଂ ଗୋଟିଏ ମାସ ମଧ୍ୟରେ ସୁନ୍ଦର ଏବଂ ଚମକଦାର ସ୍କିନ ପାଆନ୍ତୁ । ଗାଜର, ବିଟରୁଟ୍ ଏବଂ ଦହିରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍କିନର ରଙ୍ଗ ଉନ୍ନତ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।ଏହି ଫେସ୍ ମାସ୍କକୁ ଦାଗ କିମ୍ବା ବ୍ରଣ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ତଥାପି, ଏହି ଫେସ୍ ପ୍ୟାକ୍କୁ ସମ୍ପୂର୍ଣ୍ଣ ମୁହଁରେ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ କରିବାକୁ ଭୁଲିବା ଉଚିତ୍ ନୁହେଁ ।