Saturday, April 18, 2026
26.9 C
Odisha

    ଗାଳିଗୁଲଜରେ ବିଚଳିତ ହୁଏନାହିଁ: ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜିରୋଧା ସହପ୍ରତିଷ୍ଠାତା ନିଖିଲ କାମାଥଙ୍କ ଦ୍ୱାରା ଆୟୋଜିତ ‘ପିପୁଲ ବାଇ ଡବ୍ଲ୍ୟୁଟିଏଫ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପଡକାଷ୍ଟରେ ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ ଓ ବିରୋଧୀମାନେ ତାଙ୍କୁ କରୁଥିବା ଗାଳି ଉପରେ ନିଜର ଦୃଷ୍ଟିକୋଣ ବଖାଣିଛନ୍ତି। ରାଜନୀତି ଉପରେ ସୋସିଆଲ ମିଡିଆର ପ୍ରଭାବ ଏବଂ ଆଶାୟୀ ରାଜନେତାମାନଙ୍କୁ ସେ କ’ଣ ଉପଦେଶ ଦେବେ ସେ ବିଷୟରେ ଏକ ପ୍ରଶ୍ନର ଉତ୍ତରଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ଜୋକ୍ ସେୟାର କରିଥିଲେ।କାମାଥ ମୋଦୀଙ୍କୁ ପ୍ରାକ୍-ସୋସିଆଲ ମିଡିଆ ରାଜନୀତିରୁ ବର୍ତ୍ତମାନକୁ ପରିବର୍ତ୍ତନ ବିଷୟରେ ପଚାରିଥିଲେ। ସମାଲୋଚନାର ମୁକାବିଲା ପାଇଁ ଅହମଦାବାଦର ଏକ କାହାଣୀ ବର୍ଣ୍ଣନା କରି ମୋଦୀ ହାସ୍ୟ ଓ ଜ୍ଞାନର ମିଶ୍ରଣରେ ନିଜର ପ୍ରତିକ୍ରିୟା ରଖିଥିଲେ। ମୋଦୀ କହିଥିଲେ- କିଛି ପିଲା ମୋତେ ପଚାରିଲେ, ଯେତେବେଳେ ଆପଣଙ୍କୁ ଏତେ ଗାଳି ଦିଆଯାଏ ସେତେବେଳେ ଆପଣ କେମିତି ଅନୁଭବ କରନ୍ତି? ମୁଁ ସେମାନଙ୍କୁ ଜଣେ ଅହମଦାବାଦୀଙ୍କ ବିଷୟରେ ଏକ ଜୋକ୍ କହିଥିଲି, ଯିଏ ଅନେକ ଗାଳିଗୁଲଜ ପରେ ମଧ୍ୟ ଶାନ୍ତ ରହିଥିଲେ। ଥରେ ଜଣେ ଅହମଦାବାଦୀ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ପଛପଟୁ ଜଣେ ଆସି ତାଙ୍କୁ ଏକପ୍ରକାର ଧକ୍କା ଦେଇଥିଲେ। ବ୍ୟକ୍ତି ଜଣକ କ୍ରୋଧିତ ହୋଇ ଯୁକ୍ତିତର୍କ କରିବା ସହ ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କଲେ। ଅହମଦାବାଦୀ ତାଙ୍କ ସ୍କୁଟର ଧରି ସେମିତି ଶାନ୍ତ ଭାବରେ ଠିଆ ହୋଇ ରହିଥିଲେ। ହଠାତ୍ କେହି ଜଣେ ଆସି କହିଲେ, ତୁମେ କେଉଁ ପ୍ରକାରର ବ୍ୟକ୍ତି? ସେ ଏତେ ଗାଳିଗୁଲଜ କରୁଛନ୍ତି ଏବଂ ତୁମେ ସେମିତି ଠିଆ ହୋଇଛ? ଆହମଦାବାଦୀ କହିଲେ, ସେ କେବଳ ଦେଉଛନ୍ତି, କିନ୍ତୁ ମୁଁ କିଛି ନେଉନାହିଁ। ତେବେ ଦେବା ଜିନିଷ କାହା ପାଖରେ ରହିଲା? ଯିଏ ଦେଉଛି, ତା’ ପାଖରେ। ଠିକ୍ ନା? ସେହିପରି ରାଜନୈତିକ କ୍ଷେତ୍ରରେ ସେମାନେ ମୋତେ ଗାଳିଗୁଲଜ କରୁଛନ୍ତି କିନ୍ତୁ ମୁଁ ତାକୁ ଗ୍ରହଣ କରୁନାହିଁ। ତେଣୁ ସେ ଗାଳି ତାଙ୍କ ପାଖରେ ରହିଲା। ମୋ ହୃଦୟରେ କୌଣସି ମଇଳା ନାହିଁ, ମୁଁ କାହିଁକି ବିଚଳିତ ହେବ? ବିଭିନ୍ନ ରାଜ୍ୟ ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧୀ ଦଳମାନେ ଲଗାତାର କଡ଼ା ସମାଲୋଚନା କରୁଛନ୍ତି। ଏହି ସମାଲୋଚନା ମୁଖ୍ୟତଃ କଂଗ୍ରେସ ଦଳରୁ ଆସୁଛି, ଯେଉଁମାନେ ମୋଦୀଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ବିଧାନକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ‘ଅଣଜୈବିକ’ (ଅଯୋନିସମ୍ଭୂତ) ବୋଲି ସମ୍ବୋଧିତ କରୁଛନ୍ତି।

    ପୋଡକାଷ୍ଟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ତାଙ୍କର ସ୍ୱପ୍ନ ମଧ୍ୟ ବାଣ୍ଟିଥିଲେ, ଯେଉଁଠାରେ ସମସ୍ତଙ୍କ ପାଇଁ ଶୌଚାଳୟ, ପାଣି ଓ ବିଜୁଳି ଭଳି ମୌଳିକ ଆବଶ୍ୟକତା ଉପଲବ୍ଧ ଥିବ ଏବଂ ସରକାରୀ ଯୋଜନାଗୁଡିକ ବିନା ବାଧାରେ ପହଞ୍ଚୁଥିବ।  ଭାରତର ବଢୁଥିବା ବୈଶ୍ୱିକ ପ୍ରଭାବକୁ ନେଇ ସେ ୨୦୦୫ ମସିହାରେ କରିଥିବା ଭବିଷ୍ୟବାଣୀକୁ ଦୋହରାଇଥିଲେ ଯେ ବିଶ୍ୱ ଦିନେ ଭାରତୀୟ ଭିସା ପାଇଁ ଧାଡ଼ିରେ ଠିଆ ହେବ, ଯାହା ବର୍ତ୍ତମାନ ସାକାର ହେଉଛି ବୋଲି ସେ ବିଶ୍ୱାସ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    63 %
    2.3kmh
    54 %
    Fri
    27 °
    Sat
    42 °
    Sun
    44 °
    Mon
    44 °
    Tue
    45 °

    ସମ୍ବନ୍ଧିତ