Friday, October 16, 2026
23.1 C
Odisha

    ଆଜି ଶପଥ ନେବେ ନୂଆ CJI, ରାଷ୍ଟ୍ରପତି ଭବନର ଏକ ସ୍ୱତନ୍ତ୍ର ଉତ୍ସବରେ ହେବ ଶପଥ ଗ୍ରହଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ଶପଥ ନେବେ ନୂଆ CJI । ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କ ସ୍ଥାନ ନେବେ। ହରିୟାଣାରୁ ପ୍ରଥମ ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିବେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ। ଏପ୍ରିଲ ୨୦୨୭ ଯାଏଁ ତାଙ୍କ କାର୍ଯ୍ୟକାଳ ରହିବ। ଅର୍ଥାତ ସେ ୧୪ ମାସ ପ୍ରଧାନ ବିଚାରପତି ଦାୟିତ୍ବରେ ରହିବେ । ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବରିଷ୍ଠ ବିଚାରପତିମାନେ ଯୋଗଦେବେ ।

    ଭୁଟାନ, କେନିୟା, ମରିସସ, ନେପାଳ ଏବଂ ଶ୍ରୀଲଙ୍କାର ପ୍ରଧାନ ବିଚାରପତିଙ୍କ ସମେତ ୧୫ ଜଣ ବିଦେଶୀ ଅତିଥି ଶପଥ ଗ୍ରହଣ ସସାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପଡ଼ି ରହିଥିବା ମାମଲାଗୁଡିକର ତ୍ୱରିତ ଫୈସଲା, ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ। ଦେଶର ବିଭିନ୍ନ ଅଦାଲତରେ ପଡ଼ି ରହିଛି ୫.୨୯ କୋଟିରୁ ଊର୍ଦ୍ଧ୍ୱ ମାମଲା। ଏହାର ସମାଧାନ ପାଇଁ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ପାଇଁ ସେ କିଛି ସପ୍ତାହ ମଧ୍ୟରେ ୫, ୭ ଓ ୯ ଜଣିଆ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବେ। ମାମଲା ବୋଝ କମାଇବା ପାଇଁ ସେ ‘ମଧ୍ୟସ୍ଥତା’ ଉପରେ ଜୋର ଦେଇ କହିଛନ୍ତି ଯେ ଏହା ଲକ୍ଷ ଲକ୍ଷ ମାମଲା ହ୍ରାସ କରିବାରେ ସାହାଯ୍ୟ କରିବ। ନ୍ୟାୟପାଳିକାରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ବ୍ୟବହାର ସମ୍ପର୍କରେ ସେ ସତର୍କତାର ସହ ଆଗକୁ ବଢିବାକୁ ମତ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ