Friday, April 3, 2026
36.1 C
Odisha

    ଗିନିଜ ବିଶ୍ଵ ରେକର୍ଡରେ ଏଲଆଇସି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି। ଗତ ଜାନୁୟାରୀ ୨୦ ତାରିଖରେ ସଂସ୍ଥାର ୪ ଲକ୍ଷ ୫୨ ହଜାର ୮୩୯ ଜଣ ଏଜେଣ୍ଟ ଦେଶବ୍ୟାପୀ ମୋଟ ୫ ଲକ୍ଷ ୮୮ ହଜାର ୧୦୭ଟି ପଲିସି ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଯେଉଁଥିପାଇଁ ସଂସ୍ଥା ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି ବୋଲି ଆଜି ଏଲଆଇସି ପକ୍ଷରୁ କୁହାଯାଇଛି। ଏଲଆଇସିର ପରିଚାଳନା ନିର୍ଦେଶକ ତଥା ସିଇଓ ସିର୍ଦ୍ଧାର୍ଥ ମହାନ୍ତି ସମସ୍ତ ଏଜେଣ୍ଟକୁ ଅନୁରୋଧ କରି ଜାନୁୟାରୀ ୨୦ ମ୍ୟାଡ୍‌ ମିଲିଅନ ଡେ’ ଅବସରରେ ଅତିକମରେ ଗୋଟିଏ ପଲିସି କରିବାକୁ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ