Friday, October 2, 2026
25.2 C
Odisha

    ଗୁଣି ଗାରେଡି ଅଭିଯୋଗରେ ଗୁଣିଆକୁ ଅଟକ ରଖି ପିଟିଲେ ଲୋକେ

    ଆଗକୁ ପଢନ୍ତୁ

    ଜଳେଶ୍ବର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଳିଆ ଗ୍ରାମର ଜନୈକା ବିବାହିତା ମହିଳାଙ୍କୁ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ହଇରାଣ କରୁଥିବା ଅଭିଯୋଗରେ ସମ୍ପୃକ୍ତ ଗୁଣିଆକୁ ଅଟକ ରଖି ନିର୍ଧୁମ ପିଟିଲେ ଲୋକେ । ସୂଚନା ଅନୁଯାୟୀ, ସିଂଲା ଥାନା କଇନଗରୀ ପଞ୍ଚାୟତ ଅନ୍ତର୍ଗତ ଡୁବୁଳିଆ ଗ୍ରାମର କାର୍ତ୍ତିକ ଦାସଙ୍କ ସ୍ତ୍ରୀଙ୍କୁ କାଦରାୟାଂ ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଶାବର ତୁଲ୍ଲା ନାମକ ବୃଦ୍ଧ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ବିଭିନ୍ନ ପ୍ରକାର ଚେର ମୂଳି ଔଷଧ ଦେଇ ଟଙ୍କା ନେଉ ଥିଲେ । ଏହା ସହ ବିଭିନ୍ନ ସମୟରେ ଝଡା ଫୂଙ୍କା କରିବା ସହ ରୋଗ ଭଲ କରି ଦେବାର ମିଥ୍ଯା ପ୍ରତିଶୃତି ଦେଇ ଆସୁଥିଲେ । ଅନ୍ଯପଟେ ଚେର ମୂଳି ଔଷଧ ଖାଇବା ଫଳରେ କାର୍ତ୍ତିକଙ୍କ ସ୍ତ୍ରୀ ଧୀରେ ଧୀରେ ଅସୁସ୍ଥ ହବା ସହ ମାନସିକ ଭାରସାମ୍ଯ ହରାଇ ବସିଥିଲେ । ଆଜି ପୂଣି ଉକ୍ତ ଗୁଣିଆ ଜଣକ ଗ୍ରାମକୁ ଆସି ଝଡା ଫୁଙ୍କା କରୁଥିବା ବେଳେ ଗ୍ରାମବାସୀ ଉକ୍ତ ଗୁଣିଆକୁ କାବୁ କରି ଉତ୍ତମ ମଧ୍ଯମ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ