କୋଲକତା : ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । କଡ଼ା ମୁକାବିଲାରେ ଶାସକ ଟିଏମସି ୮୩ ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛି । ବିଜେପି ୨୦୪ ଆସନ ହାତେଇବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର ।
୧୫ ବର୍ଷ ପରେ କ୍ଷମତା ପରିବର୍ତ୍ତନ । ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୦୪ ଆସନରେ ଆଗୁଆ ରହିଛି । ମ୍ଯାଜିକ ନମ୍ବର ୧୪୮କୁ ସହଜରେ ଅତିକ୍ରମ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଯାଉଛି । ଟିଏମସି ୮୩ ଆସନ ହାତେଇବାକୁ ସକ୍ଷମ ହୋଇଛି । ପ୍ରାୟ ଦେଢ ଦଶନ୍ଧି ପରେ ଦିଦିଙ୍କୁ ଶକ୍ତ ଧକ୍କା ଲାଗିଛି । ଭବାନୀପୁର ଆସନରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆଗରେ ରହିଛନ୍ତି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଭବାନୀପୁରେ ପଛୁଆ ରହିଥିବା ବେଳେ ନନ୍ଦିଗ୍ରାମରେ ଆଗରେ ରହିଛନ୍ତି ।
କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବରହମପୁର ଆସନରେ ପରାସ୍ତ ହୋଇଛନ୍ତି । ଟିଏମସିର ବହୁ ହେଭିୱେଟ ପଛରେ ପଡ଼ିଥିବା ଦେଖାଯାଇଛି । ଚଳିତ ନିର୍ବାଚନରେ ରେକର୍ଡ ୯୨.୯% ମତଦାନ ହୋଇଛି।
୨୦୧୧ରୁ କ୍ଷମତାରେ ଥିବା ଟିଏମସି ବିରୋଧରେ ଲୋକଙ୍କ ମଧ୍ୟରେ ଏଥର ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଶିକ୍ଷକ ନିଯୁକ୍ତି ଦୁର୍ନୀତି, ମହିଳା ସୁରକ୍ଷା, ଶିଳ୍ପାୟନର ଅଭାବ ଯୋଗୁଁ ଯୁବପିଢ଼ି ଓ ଗ୍ରାମାଞ୍ଚଳ ଭୋଟରମାନେ ମମତା ସରକାର ଉପରୁ ବିଶ୍ୱାସ ହରାଇଛନ୍ତି । ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ କରିବାକୁ ବଡ଼ ରଣନୀତି କରିଥିଲା ବିଜେପି ।
