Monday, April 13, 2026
36.6 C
Odisha

    ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

    ଆଗକୁ ପଢନ୍ତୁ

    ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬ ଦିନ ପରେ ତାଙ୍କ ସମ୍ପର୍କୀୟ ମଉସା ହତ୍ୟା ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ମଉସା, ନୟାଗଡ଼ ଜିଲ୍ଲା ଓଡଗାଁ ଗ୍ରାମର ନରେନ୍ଦ୍ର ମିଶ୍ର ଗତକାଲି ଧାମନଗର ଥାନାରେ ଏଥି ନେଇ ଏତଲା ଦେଇଛନ୍ତି। ଗୁରୁ ପୃଷ୍ଟି ଇନ୍ଦ୍ରଭୁବନ ଯାତ୍ରା ଦଳର ଜଣେ ହାସ୍ୟ ଅଭିନେତା। ଗତ ୭ ତାରିଖ ରାତିରେ ଧାମନଗର ଥାନା ଷେଣ୍ଢପୁରରେ ଯାତ୍ରା ଦଳର ନାଟକ ମଞ୍ଚସ୍ଥ ହେବାର ଥିଲା। ଗୁରୁ ଭଦ୍ରକରୁ ଷେଣ୍ଢପୁର ଆସୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର ନିକଟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସମ୍ପର୍କୀୟ ମଉସା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗୁରୁଙ୍କର ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏ ନେଇ ଥାନାଧିକାରୀ ରଞ୍ଜନ କୁମାର ସେଠୀ କହିଛନ୍ତି ଯେ ଏନେଇ ଏକ ମାମଲା ରୁଜୁ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଦୁର୍ଘଟଣାସ୍ଥଳରୁ ଗୁରୁଙ୍କ ଦୁଇଟି ମୋବାଇଲ ଫୋନ ମଧ୍ୟରୁ ସେଦିନ ପୁଲିସ ଗୋଟିଏ ଜବତ କରିଥିବାବେଳେ ଗତକାଲି(ଗୁରୁବାର) ଅନ୍ୟ ମୋବାଇଲଟି ମିଳିଛି। ଗୁରୁଙ୍କ ଦୁଇଟି ମୋବାଇଲ ଫୋନ ପୁଲିସ ଆଜି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହ୍ବାଟ୍‌ସ ଆପ ଚାର୍ଟ ସହିତ କଲ ଯାଞ୍ଚ କଲେ ଅଧିକ ତଥ୍ୟ ମିଳିବ ବୋଲି ଆଲୋଚନା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ