Monday, September 28, 2026
29.4 C
Odisha

    ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର, ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’ ଆରମ୍ଭ ହୋଇଛି  । ଆଜି ସକାଳୁ ପିଏମଜି ଛକ ନିକଟରେ ଥିବା ପ୍ରତିଷ୍ଠା ଫଳକରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ସାଧାରଣ ପରେଡ୍ ମାଧ୍ୟମରେ ଏହି ଉତ୍ସବ ପାଳନ କରାଯାଉଛି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ନୂଆ ରାଜଧାନୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିଦିନକୁ ମନେ ପକାଇ ପ୍ରତିବର୍ଷ ‘ରାଜଧାନୀ ପ୍ରତିଷ୍ଠା ଦିବସ’ ପାଳନ କରାଯାଏ । ସ୍ୱାଧୀନତା ପରେ ଏକ ବଡ଼ ଏବଂ ସୁସଜ୍ଜିତ ପ୍ରଶାସନିକ କେନ୍ଦ୍ରର ଆବଶ୍ୟକତା ଥିଲା ।

    ତେଣୁ କଟକ ବଦଳରେ ଭୁବନେଶ୍ୱରକୁ ଓଡ଼ିଶାର ନୂଆ ରାଜଧାନୀ ଭାବେ ବଛାଯାଇଥିଲା। ଭୁବନେଶ୍ୱର ସହରର ମାଷ୍ଟର ପ୍ଲାନ ଜର୍ମାନୀର ପ୍ରସିଦ୍ଧ ବାସ୍ତୁକାର ଓଟୋ କୋଏନିଗ୍ସବର୍ଗର ପ୍ରସ୍ତୁତ କରିଥିଲେ। ସେ ସ୍କୁଲ, ବଜାର, ପାର୍କ ଏବଂ ପ୍ରଶାସନିକ ଅଫିସ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖି ଏକ ଆଧୁନିକ ସହରର ପରିକଳ୍ପନା କରିଥିଲେ। ଭୁବନେଶ୍ୱର କେବଳ ଏକ ଆଧୁନିକ ସହର ନୁହେଁ, ଏହାର ଇତିହାସ ୨୦୦୦ ବର୍ଷରୁ ଅଧିକ ପୁରୁଣା। ଲିଙ୍ଗରାଜ ମନ୍ଦିର ଭଳି ଶତାଧିକ ପ୍ରାଚୀନ ମନ୍ଦିର ଏବଂ କଳିଙ୍ଗ ସ୍ଥାପତ୍ୟ କଳା ପାଇଁ ଏହାକୁ ‘ମନ୍ଦିର ମାଳିନୀ ସହର’ କୁହାଯାଏ। ଖଣ୍ଡଗିରି, ଉଦୟଗିରି ଭଳି ପ୍ରାଚୀନ ସ୍ଥାନରୁ ଆରମ୍ଭ କରି ଆଜିର ସମୟରେ ଆଇଟି (IT), ଶିକ୍ଷା, କ୍ରୀଡ଼ା ଏବଂ ପର୍ଯ୍ୟଟନର ହବ୍ ପାଲଟିଥିବା ଭୁବନେଶ୍ୱର ହେଉଛି ଐତିହ୍ୟ ଓ ଆଧୁନିକତାର ଏକ ସୁନ୍ଦର ମିଶ୍ରଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ