Wednesday, October 7, 2026
30.3 C
Odisha

    ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା

    ଆଗକୁ ପଢନ୍ତୁ

    ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ ଦର୍ଶାଇ ଟିମ୍‌ ଇଣ୍ଡିଆକୁ ପଠାଇବାକୁ ମନା କରିଦେଇଛନ୍ତି। ଅପରପକ୍ଷେ ପାକିସ୍ତାନୀ ବୋର୍ଡ ଟୁର୍ନାମେଣ୍ଟର ହାଇବ୍ରିଡ ମଡେଲର ଆୟୋଜନକୁ ସହମତି ପ୍ରକାଶ କରୁନାହିଁ। ପିସିବି ଅଧ୍ୟକ୍ଷ ମୋହସିନ ନକବି ସୁରକ୍ଷାକୁ ନେଇ ଲଗାତାର ବଡ଼ ବଡ଼ ଦାବି କରୁଛନ୍ତି। ହେଲେ ଏବେ ସେ ପାକିସ୍ତାନୀ ସେନାକୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କାରଣରୁ ସେ ଏହି ଆଦେଶ ଦେଇଛନ୍ତି, ତାହା ଚକିତ କରିଥିବା ବେଳେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନକୁ ନେଇ ଅଡ଼ୁଆ ବଢ଼ିଛି। କହିବାକୁ ଗଲେ ବର୍ତ୍ତମାନ ସମୟରେ ପାକିସ୍ତାନର ଆଭ୍ୟନ୍ତରୀଣ ଅବସ୍ଥା ଖରାପ ଅଛି। ପ୍ରାୟ ୩ ମାସ ପରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଜେଲରୁ ମୁକ୍ତ କରିବାକୁ ନେଇ ତାଙ୍କ ଦଳର ସମର୍ଥକମାନେ ରାଜଧାନୀ ଇସଲାମାବାଦକୁ ଘେରି ରହିଛି, ଏହା ପରେ ସେଠାରେ ସୁରକ୍ଷା କର୍ମୀ ଏବଂ କର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ପାକିସ୍ତାନରୁ ଆସୁଥିବା ରିପୋର୍ଟ ମୁତାବକ, ‘ଲକ୍‌ଡାଉନ୍‌’ ବିଫଳ ହେବା ପରେ ପାରାମିଲିଟାରୀ ରେଞ୍ଜରମାନେ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ୍‌ ଚଳାଇଥିଲେ। ଏହାପରେ ବିକ୍ଷୋଭକାରୀମାନେ ସିଧାସଳଖ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ପାକିସ୍ତାନୀ ରେଞ୍ଜର ନିହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ