Saturday, October 10, 2026
21.6 C
Odisha

    ୟୁକ୍ରେନ୍‌ ଉପରେ ଏହାସାଙ୍ଗରେ ୧୮୮ ଡ୍ରୋନ୍‌ ଆକ୍ରମଣ କଲା ରୁଷ

    ଆଗକୁ ପଢନ୍ତୁ

    ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ଏକାସାଙ୍ଗରେ ୟୁକ୍ରେନ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ର ବହୁତ କ୍ଷତି ପହଞ୍ଚିଥିବା ବେଳେ ଅନେକ ଅଞ୍ଚଳରୁ ବିଦ୍ୟୁତ୍‌ ଚାଲିଯାଇଛି। ଏନେଇ ୟୁକ୍ରେନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରୁଷିଆ ୟୁକ୍ରେନ ଉପରେ ସୋମବାର ରାତିସାରା ୧୮୮ ଆକ୍ରମଣକାରୀ ଡ୍ରୋନ୍‌ ଚଳାଇଛି। ଉଭୟ ଦେଶ ମଧ୍ୟରେ ବିବାଦ ଆରମ୍ଭ ହେବା ପରଠାରୁ ଏହା ହେଉଛି ରୁଷିଆର ସବୁଠାରୁ ବଡ଼ ଡ୍ରୋନ୍‌ ଆକ୍ରମଣ। ମଙ୍ଗଳବାର ଏନେଇ ୟୁକ୍ରେନ୍‌ର ବାୟୁସେନା କହିଛି। ଏହାଛଡ଼ା ରୁଷିଆ୪ ଇସ୍କାଣ୍ଡର-ଏମ୍‌-ବାଲିଷ୍ଟିକ୍‌ ମିସାଇଲ୍‌ ମଧ୍ୟ ନିକ୍ଷେପ କରିଥିବା ବାୟୁସେନା କହିଛି। ଜିନହୁଆ ନ୍ୟୁଜ ଏଜେନ୍ସି ଆଞ୍ଚଳିକ ସାମରିକ ପ୍ରଶାସନ ଉଦ୍ଦେଶ୍ୟରେ କହିଛି ଯେ ଏହି ଆକ୍ରମଣ ପଶ୍ଚିମ ଟେର୍ନୋପିଲ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ କରିଛି। ଏହାଦ୍ୱାରା ଟର୍ନୋପିଲ ସହର ଏବଂ ଏହାର ଆଖପାଖ ବସ୍ତିରେ ବିଦ୍ୟୁତ ବିଭ୍ରାଟ ଘଟିଛି। ତେବେ ଏଯାବତ ଆକ୍ରମଣର କୌଣସି ଅନ୍ୟ କ୍ଷୟକ୍ଷତି ନେଇ ଖବର ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ