Saturday, October 10, 2026
27.9 C
Odisha

    ଗୁଳୁଗୁଳିରେ ସାରା ରାଜ୍ୟ,ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିଛି। ଗତକାଲି ଦିନ ତାପମାତ୍ରା ବୃଦ୍ଧି ପାଇବାରୁ ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଝାରସୁଗୁଡ଼ାରେ ତାପମାତ୍ରା ୪୪.୬ଡିଗ୍ରୀ ଛୁଇଁଛି। ସେହିପରି ୪୪.୨ ଡିଗ୍ରୀ ସହ ୱାର୍ଦ୍ଧା ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ବରରେ ବୁଧବାର ଦିନ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା। ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ଏବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ହେଲାଣି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୫ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ୨୬ତାରିଖରୁ ଅନେକ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ। ହେଲେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ଟିଟିଲାଗଡ଼ ଏବଂ ସମ୍ବଲପୁର ଆଦି କିଛି ଜିଲ୍ଲାରେ ପାରଦ ୪୨ରୁ ୪୩ ଡିଗ୍ରୀ ତଳକୁ ଖସି ନପାରେ। ୨୫ତାରିଖ ରୌଦ୍ରତାପ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

    ସମ୍ବଲପୁରରେ ବୁଧବାର ପାରଦ ୪୩.୩ ଡିଗ୍ରୀ ଥିବାବେଳେ ହୀରାକୁଦରେ ୪୩.୨, ତାଳଚେରରେ ୪୩.୫, ଢେଙ୍କାନାଳରେ ୪୨.୪, ଟିଟିଲାଗଡ଼ରେ ୪୨.୫, ଅନୁଗୋଳରେ ୪୩.୧, ଭୁବନେଶ୍ବରରେ ୪୧.୨ ଏବଂ କଟକରେ ୩୯.୮ ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲାକୁ ଗ୍ରୀଷ୍ମ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି। ଗୁରୁବାର ଟିଟିଲାଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାରେ ପାରଦ ୪୫ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିପାରେ। ସେହିପରି କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ବର୍ଷା ହୋଇପାରେ। ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ। ଏହି ଦୁଇ ଜିଲ୍ଲାକୁ ପାଣିପାଗ ବିଭାଗ କାଳବୈଶାଖୀଜନିତ ସତର୍କତା ଜାରି କରିଛି। ଉପକୂଳ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବାୟୁମଣ୍ଡଳ ଉଷ୍ଣ ରହିପା‌େ‌ର। ବାୟୁମଣ୍ଡଳରେ ଉଷ୍ଣ ଆର୍ଦ୍ରତା ରହିବାର ସମ୍ଭାବନା ଥିବାରୁ ବଲାଙ୍ଗିର, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗରମ ସହିତ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିନିମନ୍ତେ ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ