Saturday, October 10, 2026
27.9 C
Odisha

    ଭିସୁଟରେ ପୁଣି ରାଗିଂ ଅଭିଯୋଗ, ୪ ଜଣ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା ଭିସୁଟ କତ୍ତୃର୍ପକ୍ଷ

    ଆଗକୁ ପଢନ୍ତୁ

    ସମ୍ବଲପୁର : ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି । ଜଣେ ଛାତ୍ରଙ୍କୁ ୧୦ ହଜାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଅର୍ଥ ଦଣ୍ଡ କରାଯାଇଛି । ୪ ଜଣ ସିନିଅର ଜଣେ ଜୁନିୟଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଅନ୍ୟ ଜଣେ ଜୁନିଅର ଏହାର ଭିଡିଓ ଉତ୍ତୋଳନ କରୁଥିଲେ। ଯାହାକୁ ନେଇ ସିନିଅର ମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏନେଇ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରି ୪ଜଣଙ୍କୁ ଦଣ୍ଡିତ କରିଛନ୍ତି । ଘଟଣାଟି ୧୫ ଦିନ ତଳେ ଘଟିଥିବା କହିଲେ ଭିସୁଟ କୂଳପତି ପ୍ରଫେସର ଦୀପକ କୁମାର ସାହୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ