Sunday, October 4, 2026
24.3 C
Odisha

    ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

    ଆଗକୁ ପଢନ୍ତୁ

    ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି ଛେଳି ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ବନ ବିଭାଗ ଅସ୍ବୀକାର କରିଛି। ବାଘ ନୁହେଁ ବିଲୁଆ ଛେଳି ମାରିଥିବା ବିଭାଗ କହିଛି। ସୁଜୟ ବୁଧବାର ସନ୍ଧ୍ୟାରେ ନିଜର ୮ଟି ଛେଳି ଗୁହାଳରେ ବାନ୍ଧି ରଖିଥିଲେ। ପରିବାର ଲୋକେ ରାତିରେ ଶୋଇଥିବା ବେଳେ ପ୍ରାୟ ୯.୩୦ରେ ଏକ ବାଘ ନିକଟସ୍ଥ ଜଙ୍ଗଲରୁ ଗ୍ରାମକୁ ଆସି ସୁଜୟଙ୍କ ଗୁହାଳରେ ପଶି ବନ୍ଧା ହୋଇଥିବା ୮ଟି ଛେଳିକୁ ଆକ୍ରମଣ କରିଥିଲା। ଏହି ଶବ୍ଦ ଶୁଣି ପରିବାର ଲୋକେ ଉଠି ଗୁହାଳରେ ବାଘକୁ ଦେଖି ଘଉଡାଇଥିଲେ । ୮ଟି ଛେଳିରୁ ୨ଟି ଛେଳି ବାଘଖାଇ ଅଧା ଛାଡି ଚାଲି ଯାଇଥିଲା। ପରେ ବାଘଟି ଘୋଡାକଣ ଗ୍ରାମର ଇନ୍ଦ୍ରାବାସ କଲୋନିରେ ରହୁଥିବା ମନସି ରାଇକଙ୍କ ଗୁହାଳରେ ପଶି ଏକ ଛେଳି ନେଇ ମୁଖ୍ୟରାସ୍ତାରେ ଖାଇଥିଲା। ଗୁରୁବାର ଛେଳି ମାଲିକ ଏବିଷୟରେ ଆର. ଉଦୟଗିରି ବନ କର୍ମଚାରୀଙ୍କୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚତ୍ ଅନୁଧ୍ୟାନ କରି ଏହିସବୁ ଛେଳିକୁ ବାଘ ଆକ୍ରମଣ କରିନି ବିଲୁଆ ଆକ୍ରମଣ କରିଛି ବୋଲି କହିଥିଲେ। ଏହା ଶୁଣି ଛେଳି ମାଲିକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।

    ଏ ସମ୍ପର୍କରେ ଗ୍ରାମବାସୀ କହିଛନ୍ତି, ଗ୍ରାମରେ ବାଘ ପାଦଚିହ୍ନ ପଡିଛି। କିଛିଦିନ ତଳେ ବାଘ ଗ୍ରାମରୁ ଦୁଇଟି ଛେଳିକୁ ଗୁହାଳରୁ ନେଇ ଜଙ୍ଗଲରେ ମାରି ଖାଇଥିଲା। କିଛି ଦିନ ହେବ ଏହି ଗ୍ରାମ ଓ ଏହାର ଆଖପାଖ ଗ୍ରାମରୁ ଅନେକ ଛେଳି ବାଘ ମାରିଛି। ଏଥିପ୍ରତି ବନ ବିଭାଗ ଗୁରୁତ୍ୱ ନ ଦେଇ ବାଘ ବଦଳରେ ବିଲୁଆ ଆକ୍ରମଣ କରି ଛେଳି ମାରୁଥିବା କହୁଛି। ଆଗାମୀ ଦିନରେ ଗ୍ରାମବାସୀ ଯଦି ବାଘ ଆକ୍ରମଣର ଶିକାର ହୁଅନ୍ତି ତେବେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ସମୟରେ ସୁଜୟ ବନ କର୍ମଚାରୀଙ୍କ ନିକଟରେ ଛେଳିର କ୍ଷତିପୂରଣ ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ