Sunday, October 4, 2026
24.3 C
Odisha

    ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି, ଗୋଶାଳା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

    ଆଗକୁ ପଢନ୍ତୁ

    ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯିବା ପରେ ଏବେ ମହାପ୍ରସାଦର ପ୍ରସ୍ତୁତ କେବଳ ଖାଣ୍ଟି ଦେଶୀ ଗୁଆଘିଅରେ କରାଯିବାକୁ ଦାବି ହୋଇଛି। ଏନେଇ ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଏକ ଚିଠି ଲେଖିଛନ୍ତି। ଏଥି ସହିତ ଏକ ଗୋଶାଳାର ପ୍ରତିଷ୍ଠା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

    ଚିଠିରେ ସୁଆର ସେବାୟତ ସଂଘ କହିଛି ଯେ, ଓମଫେଡ୍ ଘିଅ ପରିବର୍ତ୍ତେ ଶୁଦ୍ଧ ଦେଶୀ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ କରାଗଲେ ବହୁତ ଭଲ ହୋଇପାରିବ। ଶୁଦ୍ଧ ଦେଶୀ ଗାଈ ଘିଅ, କ୍ଷୀର, ଲହୁଣୀ ଓ ଦହିର ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଈ ଫାର୍ମ ନିର୍ମାଣ କରାଯାଇପାରିବ। ମହାପ୍ରଭୁଙ୍କ ନାମରେ ଗଚ୍ଛିତ ରହିଥିବା ଅର୍ଥରେ ଗୋଶାଳା ବା ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ କରିଛି ସୁଆର ସେବାୟତ।
    ସୂଚନାଯୋଗ୍ୟ, ମୁଖ୍ୟ ପ୍ରଶାସକ କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ଓମ୍‌ଫେଡ ଘିଅରୁ ମହାପ୍ରସାଦ ପ୍ରସ୍ତୁତି ନେଇ ଚିଠି ଲେଖିଥିଲେ। ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମ୍‌ଫେଡ୍‌ ପରିଚାଳନା ନିର୍ଦ୍ଦେଶକଙ୍କୁ ସେ ଚିଠିରେ ଉଲ୍ଲେଖ କରିଥିଲେ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାର କରାଯିବ। ଘିଅ ଦାମ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଜଣାଇଥିଲେ। ଶ୍ରୀମନ୍ଦିର ଭିତରକୁ ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ