Sunday, January 18, 2026
30.1 C
Odisha

    ଗୋଆରେ ଦୁଇଜଣ ରୁଷୀୟ ମହିଳାଙ୍କୁ ଗଳା କାଟି ହତ୍ୟା

    ଆଗକୁ ପଢନ୍ତୁ

    ପଣଜୀ : ଗୋଆରେ ଦୁଇଜଣ ରୁଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବାର ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଦୁଇ ମହିଳାଙ୍କ ହତ୍ୟା ମାମଲାରେ ପୁଲିତ ଜଣେ ୩୭ ବର୍ଷୀୟ ରୁଷିଆ ନାଗରିକଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଉଛନ୍ତି ଆଲେକ୍ସି ଜିଓନୋଭ । ଦୁଇ ମୃତ ମହିଳା ହେଲେ ୩୭ ବର୍ଷୀୟା ଏଲେନା କାଷ୍ଟାନାନୋଭା ଓ ୩୭ ବର୍ଷୀୟା ଏଲେନା ଭାନେଭା । ଉଭୟ ମହିଳାଙ୍କୁ ସମାନ ଢଙ୍ଗରେ ଗଳାକାଟି ହତ୍ୟା କରାଯାଇଛି ବୋଲି ପୁଲିସ କହିଛି । ଏମାନଙ୍କ ହାତ ଶରୀର ପଛ ପଟେ ବନ୍ଧା ଯାଇଥିଲା । ପୂର୍ବରୁ ଗୁରୁବାର ରାତିରେ ଗୋଆର ଆରାମ୍ବୋଲରର ଏକ ଭଡ଼ା ଘରୁ ଅଭିଯୁକ୍ତଙ୍କ ଲିଭ୍ ଇନ୍ ପାର୍ଟନର ଏଲେନା କାଷ୍ଟାନାନୋଭାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ମାମଲାଟି ସମ୍ନାକୁ ଆସିଥିଲା । ଘର ମାଲିକଙ୍କ ଅନୁଯାୟୀ ଘଟଣାଟି ରାତି ୧୧ଟାରେ ଘଟିଥିଲା । ପୁଲିସ ଘଟଣାସ୍ଥଳରୁ ୮ କିମି ଦୂରରେ ମୋର୍ଜିମ ଅଞ୍ଚଳରେ ଆଉ ଜଣେ ରୁଷୀୟ ମହିଳାଙ୍କ ଭାନେଭାଙ୍କୁ ହତ୍ୟା କରାଯାଇଥିବାର ସୂଚନା ପାଇଥିଲା । ତଦନ୍ତ ପରେ ଜଣା ପଡିଛି ସେ ଭାନେଭା ଅଭିଯୁକ୍ତ ଓ କାଷ୍ଟାନାନୋଭା ଉଭୟଙ୍କ ବନ୍ଧୁ ଥିଲେ । ପୁଲିସ ଦେଇଥିବା ବୟାନ ଅନୁଯାୟୀ, କାଷ୍ଟାନାନୋଭା ଓ ଅଭିଯୁକ୍ତ ପ୍ରାୟ ଏକମାସ ଧରି ଏକ କୋଠାରୀରେ ଭଡ଼ାରେ ରହୁଥିଲେ । କିନ୍ତୁ ଜାନୁଆରୀ ୧୪ରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କାଷ୍ଟାନାନୋଭା ପାଖରେ ରହୁଥିବା ଅନ୍ୟ ଜଣେ ରୁଷୀୟ ମହିଳାଙ୍କୁ ହସ୍ତକ୍ଷେପ କରିବାକୁ କହିଥିଲେ । କିନ୍ତୁ ସେ ମନା କରିଦେଇଥିଲେ । ହତ୍ୟା ପରେ ଅଭିଯୁକ୍ତ ବାଲକୋନୀ ଡେଇଁ ଚାଲିଯାଇଥିଲା । ଏହପରେ ଅଭିଯୁକ୍ତ ଜାନୁଆରୀ ୧୫ରେ ସନ୍ଧ୍ୟାରେ ପ୍ରାୟ ୮କିମି ଦୂର ମୋର୍ଜିମ ଗାଁକୁ ଯାଇ ଭାନିଭାଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତ ଆଲେକ୍ସି ଜିଓନୋଭ କାହିଁକି ଦୁଇ ମହିଳାଙ୍କୁ ହତ୍ୟା କରିଛନ୍ତି, ସେ ନେଇ ପୁଲିସ ତଦନ୍ତ କରୁଛି । ଏବେ ଏହି ଘଟଣା ରୁଷୀୟ ପର୍ଯ୍ୟଟକଙ୍କ ଭ୍ରମଣ ହେଉଥିବା ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଅଧିକ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ