Monday, January 5, 2026
20.1 C
Odisha

    ଗୋରା, ଚମକଦାର ତ୍ବଚା ପାଇବା ପାଇଁ, କଦଳୀର କରନ୍ତୁ ଏପରି ବ୍ୟବହାର

    ଆଗକୁ ପଢନ୍ତୁ

    କଦଳୀର ସେବନ ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।  ଏଥିରେ ବହୁତ ମାତ୍ରାରେ ପୋଷକ ରହିଥାଏ  ।  କଦଳୀ ଖାଲି ଖାଇବା ଦ୍ବାରା ନୁହଁ ବରଂ ଏହାକୁ ଲଗାଇବା ଦ୍ବାରା ମଧ୍ୟ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା କିପରି କଦଳୀ  ଦ୍ବାରା ଆପଣ ପାଇପାରିବେ ଗୋରା ଏବଂ ଚମକଦାର ତ୍ବଚା ।

    -ଯଦି ଆପଣଙ୍କ ତ୍ବଚା ଶୁଷ୍କ ଏବଂ ଟାଣ ହୋଇଯାଇଛି ତେବେ ଆପଣଙ୍କ ପାଇଁ କଦଳୀ ବରଦାନ ସ୍ବରୁପ। କଦଳୀର ପେଷ୍ଟକୁ ରାତିରେ ମୁହଁରେ ଲଗାଇ ଶୁଅନ୍ତୁ । ସକାଳେ ଉଠି ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ ଚେହେରାରେ ଚମକ ଆସିବା ସହ ତ୍ବଚା ନରମ ହୋଇଯିବ ।

    -କଦଳୀ ପେଷ୍ଟରେ ଦୁଇ ଚାମଚ ଲେମ୍ବୁ ରସ ମିଶାଇ ତାହାକୁ ମୁହଁରେ ଲଗାନ୍ତୁ । ୨୦ ମିନିଟ ଲଗାଇ ରଖିବା ପରେ ଥଣ୍ଡା ପାରିରେ ମୁହଁ ଧୋଇ ଦିଅନ୍ତୁ ।  ଦେଖିବେ ମୁହଁର କଳା ଦାଗ ଦୂର ହୋଇଯିବ ।

    – ଯଦି ପ୍ରାକୃତିକ ସ୍କର୍ବ କରିବାକୁ ଚାହୁଁଛନ୍ତି ତେବେ କଦଳୀ ସ୍କର୍ବ ବହୁତ ଭଲ ।  ଏହା ଦ୍ବାରା ଚେହେରାର ଖରାପ କୋଷ ବାହାରିବା ସହ ତ୍ବଚାର ଚମକ ରହିଥାଏ ।

    -ଆବ୍ରୋକାଡ଼ୋ ଏବଂ କଦଳୀର ମିଶ୍ରଣ କରି ତାହାକୁ ୨୦ ମିନିଟ ମୁହଁରେ ଲଗାନ୍ତୁ ।  ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ,ଦେଖିବେ ଅପଣଙ୍କ ଚେହେରାର କୁଞ୍ଚିତରେଖା ଠିକ ହୋଇଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    63 %
    1kmh
    0 %
    Mon
    27 °
    Tue
    27 °
    Wed
    27 °
    Thu
    27 °
    Fri
    27 °

    ସମ୍ବନ୍ଧିତ