Thursday, October 1, 2026
23.8 C
Odisha

    ଗ୍ରାମୀଣ ଡାକସେବକ ନିଯୁକ୍ତି ମାମଲା; ୫ ଜିଲ୍ଲା ର ୧୨ ସ୍ଥାନରେ ସିବିଆଇ ଚଢ଼ଉ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଜାଲ୍ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ବା (ଜିଡିଏସ୍‌) ନିଯୁକ୍ତି ମାମଲାରେ ସିବିଆଇ ଗତକାଲି ଓଡ଼ିଶାର ୫ ଜିଲ୍ଲାର ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ଚଢ଼ଉରେ ତଦନ୍ତକାରୀ ସଂସ୍ଥା ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଲାଗିଛି। ଏହି ମାମଲାରେ ସିବିଆଇ ୨୦୨୪ ଜୁନ୍‌ ୧୩ରେ ରାଜ୍ୟର ପ୍ରାୟ ୬୭ଟି ସ୍ଥାନରେ ଚଢ଼ଉ କରିଥିଲା। ଗତକାଲି ସିବିଆଇ ପକ୍ଷରୁ ପୁଣି ଭୁବନେଶ୍ବର ସମେତ କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର ଓ କେନ୍ଦୁଝରରେ ଚଢ଼ଉ କରିଛି। କଳାହାଣ୍ଡି ଜିଲ୍ଲାର ମ. ରାମପୁର ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିବାବେଳେ କେସିଙ୍ଗା ବ୍ଳକ କୁଣ୍ଡାବନ୍ଧ ଗ୍ରାମର ଜନୈକ ଡାକ କର୍ମଚାରୀଙ୍କ ଅଫିସ ଓ ଘର ଉପରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି।

    ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୭ରେ ୧୩୮୨ଟି ଜିଡିଏସ୍‌ ପଦ ପାଇଁ ଚାକିରି ଆଶାୟୀ ଅନଲାଇନ୍‌ରେ ଆବେଦନ କରିଥିଲେ। ଆବେଦନ ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ୍ ରହିଥିଲା। ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ଆଧାରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା। ମେଧା ତାଲିକା ପ୍ରକାଶର ୧୫ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ସହ ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ଆବେଦନକାରୀଙ୍କୁ ଏସଏମଏସ ଓ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଥିଲା। ହେଲେ ସାର୍ଟିଫିକେଟ ଯାଞ୍ଚ ବେଳେ ବିଭିନ୍ନ ପୋଷ୍ଟାଲ ଡିଭିଜନରେ ୬୩ ଜଣ ଆବେଦନକାରୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା। ଏନେଇ ସିବିଆଇରେ ଡାକ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା। ୨୦୨୩ ମେ’ ୯ରେ ସିବିଆଇ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବାଲେଶ୍ବର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର ଏବଂ ବ୍ରହ୍ମପୁର ପୋଷ୍ଟାଲ ଡିଭିଜନରେ ନକଲି ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ତଦନ୍ତରୁ ସିବିଆଇ ଜାଣିବାକୁ ପାଇଥିଲା। ଏହି ମାଟ୍ରିକ ସାର୍ଟିଫିକେଟ ଗୁଡ଼ିକ ମୁଖ୍ୟତଃ ଆହ୍ଲାବାଦ ବୋର୍ଡ, ପଶ୍ଚିମବଙ୍ଗ ବୋର୍ଡ, ଝାଡ଼ଖଣ୍ଡ ଏକାଡେମୀ କାଉନସିଲର ରହିଥିଲା। ଆବେଦନକାରୀ କୌଣସି ଜାଲ୍ ରାକେଟଠାରୁ ଏଗୁଡ଼ିକୁ ହାତେଇଥିବା ସିବିଆଇ ସନ୍ଦେହ କରିଥିଲା। ଏଥିରେ ସମ୍ପୃକ୍ତ ୪ରୁ ଅଧିକ ଅଭିଯୁକ୍ତଙ୍କୁ ସିବିଆଇ ପୂର୍ବରୁ ଗିରଫ କରିଛି। ମାମଲାରେ ୫୮ ଜଣଙ୍କ ନାମରେ ଅଦାଲତ ଚାର୍ଜସିଟ୍‌ ଦାଖଲ କରି ସାରିଛି। ଏହା ମଧ୍ୟରେ ୫୫ ଜଣ ପ୍ରାର୍ଥୀ ଥିବାବେଳେ ୩ ଜଣ ଦଲାଲ ରହିଛନ୍ତି। ଆଗାମୀ ଦିନରେ ଗିରଫ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ