Saturday, December 6, 2025
15.8 C
Odisha

    ଗ୍ରିଲରେ ଚଢ଼ି ଖେଳୁଥିବା ବେଳେ ଅଘଟଣ, ୯ ବର୍ଷର ଛାତ୍ର ହାତରେ ପଶିଗଲା ଲୁହା ରଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲୁହା ଗ୍ରିଲରେ ଚଢ଼ି ଖେଳୁଥିବା ବେଳେ ଅଘଟଣ । ୯ ବର୍ଷର ଛାତ୍ର ହାତରେ ପଶିଗଲା ଲୁହା ରଡ଼ । ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳରୁ ଆସିଲା ଖବର । ବରଗଡ଼ ଅଞ୍ଚଳର ଶେଖ ମୁକତାର ବରଗଡ଼ ସ୍କୁଲ ପାଚେରୀ ପାଖ ଲୁହା ଗ୍ରିଲ ଚଢ଼ି ସାଙ୍ଗଙ୍କ ସହ ଖେଳୁଥିବା ବେଳେ ଅସାବଧାନତା ଯୋଗୁ ହାତରେ ଲୁହା ରଡ ପଶିଯାଇଛି । ଘଟଣାସ୍ଥଳରେ ବରଗଡ଼ ପୋଲିସ , ଅଗ୍ନିଶମ ବାହିନୀ ପହଞ୍ଚି ଲୁହା ରଡ଼କୁ କାଟି ନାବାଳକକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଘରଇ ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି ।

    ଡାକ୍ତରଙ୍କ କହିବା ମୁତାବକ ଲୁହା ଗ୍ରୀଲ ପଶି ପାପୁଲି ଭିତର ହେଇ ଆଙ୍ଗୁଠିରେ ବାହାରିଛି । ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ନାବାଳକଙ୍କୁ ଗ୍ରୀଲ ସହ କାଟିକି ଆଣିଛନ୍ତି । କିନ୍ତୁ ମୋଟା ଲୁହା ପଶିଥିବାରୁ ପ୍ରାଥମିକ ଚିକିତ୍ସା କରି OT ରେ ଭର୍ତ୍ତି କରିଛୁ । ବର୍ତ୍ତମାନ ଚିକିତ୍ସା ଆରମ୍ଭ ହୋଇସାରିଛି । ହାତର ଅବସ୍ଥା କ୍ରିଟିକାଲ ରହିଛି । ରକ୍ତ ସଞ୍ଚାଳନରେ ମଧ୍ୟ ସମସ୍ୟା ରହିଛି । ଅପରେସନ ପରେ ହିଁ ଜଣା ପଡିବ ହାତର ଅବସ୍ଥା କଣ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.8 ° C
    15.8 °
    15.8 °
    52 %
    1.6kmh
    80 %
    Fri
    16 °
    Sat
    26 °
    Sun
    26 °
    Mon
    26 °
    Tue
    26 °

    ସମ୍ବନ୍ଧିତ