Sunday, May 17, 2026
29.4 C
Odisha

    ଚଳଚଞ୍ଚଳ କେନ୍ଦ୍ରାପଡ଼ା: ଦିନକ ପରେ ଗଜଲକ୍ଷ୍ମୀ ପୂଜା, ୬୮ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ମାଆ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ଦିନକ ପରେ ଗଜ ଲକ୍ଷ୍ମୀ ପୂଜା । ଆସନ୍ତା ୬ ତାରିଖ ଦିନ ମା’ ମହାଲକ୍ଷ୍ମୀ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ । ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା । ୬୮ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ ମା ମହାଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରହିଛି । ୯ ଦିନ ବ୍ୟାପୀ ରୀତିନୀତିରେ ପୂଜା ଅନୁଷ୍ଠିତ ହେବ । ହେଲେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣରେ ବାଧକ ସାଜିଛି ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ । ବର୍ଷା ଲାଗି ରହିବା ଯୋଗୁଁ ବିଭିନ୍ନ ପୂଜା ମଣ୍ଡପରେ ମାଟିରେ ନିର୍ମାଣ ମୂର୍ତ୍ତି ଶୁଖିବାରେ ବିଳମ୍ବ ହେଉଛି । ଫଳରେ ମୂର୍ତ୍ତି ରଙ୍ଗ କାମରେ ବିଳମ୍ବ ହେଉଛି । ଅନ୍ୟପକ୍ଷରେ ବର୍ଷା ପାଇଁ ବାହାର ସାଜସଜା ଓ ତୋରଣ କାମ ମଧ୍ୟ ଧିମେଇ ଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.4 ° C
    29.4 °
    29.4 °
    51 %
    3kmh
    77 %
    Sun
    29 °
    Mon
    41 °
    Tue
    43 °
    Wed
    46 °
    Thu
    46 °

    ସମ୍ବନ୍ଧିତ