Saturday, May 3, 2025
27.5 C
Odisha

    ଗ୍ରୀଷ୍ମ ଋତୁରେ ଚା’ ପିଉଛନ୍ତି କି? ହୋଇପାରେ ଅନ୍ତନଳୀ ସ୍ୱାସ୍ଥ୍ୟ ସହ ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    ଭାରତର ଅଧିକାଂଶ ଲୋକ ଚା ପିଇ ନିଜ ଦିନ ଆରମ୍ଭ କରନ୍ତି । ଚା ’ବିନା ସକାଳର ଆରମ୍ଭ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇଯାଏ । କିଛି ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠିବା ମାତ୍ରେ ଚା ପିଇବା ପାଇଁ ଚାହାଁନ୍ତି କିନ୍ତୁ ଆଜିକାଲି ପରିସ୍ଥିତି ଏପରି ଯେ ଛୋଟ ପିଲାମାନେ ମଧ୍ୟ ଚା ପିଇବା ଅଭ୍ୟାସ କରିଥାନ୍ତି । ଏପରିକି ଲୋକମାନେ ଗରମ ଦିନରେ ମଧ୍ୟ ଚା’ ପିଇଥାନ୍ତି, ଯେତେବି ଗରମ ହେଲେ ସେ ତାଙ୍କ ଅଭ୍ୟାସ୍ ଛାଡି ନଥାନ୍ତି । ଆପଣମାନେ ନିଶ୍ଚିତ ଭାବରେ ଜାଣିରଖନ୍ତୁ ଯେ ସକାଳୁ ସକାଳୁ ଖାଲି ପେଟରେ ଚା’ ପିଇବାର ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ।

    ହୋଇପାରେ ଡିହାଇଡ୍ରେସନ୍ :
    ଚା’ରେ ପ୍ରଚୁର ପରିମାଣର କ୍ୟାଫିନ୍ ମିଳିଥାଏ । ଏହି କାରଣରୁ ଖାଲି ପେଟରେ ଚା ପିଇବା ଉଚିତ୍ ନୁହେଁ । କ୍ୟାଫେନ୍ ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍ କରିପାରେ । ସକାଳୁ ସକାଳୁ ଶରୀରରେ ପାଣିର ଅଭାବ ଥାଏ, ତା’ ଉପରେ ଚା ପିଇବା ଦ୍ୱାରା ଡିହାଇଡ୍ରେସନର ଆଶଙ୍କା ବହୁତ ବଢ଼ିପାରେ । ତେବେ ଆପଣ ଚା’ ଠାରୁ ଯେତେ ଦୂରେଇ ରହିବେ ସେତେ ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରିବ ।

    ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ :
    ପେଟ ସଫା ରଖିବା ପାଇଁ ଲୋକମାନେ ସକାଳୁ ଶୀଘ୍ର ଚା ପିଇପାରନ୍ତି, କିନ୍ତୁ ସତ୍ୟ ହେଉଛି ଖାଲି ପେଟରେ ଚା ପିଇବା ଦ୍ୱାରା ଅନ୍ତନଳୀ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ । ଆପଣଙ୍କ ସୂଚନା ପାଇଁ, ଆମେ ଆପଣଙ୍କୁ କହି ରଖୁଛୁ ଯେ ସକାଳେ ଚା ପିଇବା ଦ୍ୱାରା ଏସିଡିଟି, ଗ୍ୟାସ୍ ଏବଂ ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ । ଏଥି ସହ ନିଶ୍ଚିତ ଭାବରେ ମନେ ରଖନ୍ତୁ ଯେ ଯଦି ଆପଣଙ୍କର କିଛି ପେଟ ସମସ୍ୟା ଅଛି, ତେବେ ଆପଣ କଦାପି ଚା’ ପିଅନ୍ତୁ ନାହିଁ । ନହେଲେ ଭୋରଗିବେ ଅନେକ ସମସ୍ୟା ।

    ଶରୀରରେ ଗରମ ଉତ୍ତାପ ଦେଖାଦେଇପାରେ :
    ଚା’ର ପ୍ରକୃତି ଗରମ । ତେଣୁ, ସକାଳେ ଶୀଘ୍ର ଚା ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଉଷ୍ମତା ସୃଷ୍ଟି ହୋଇପାରେ । କିନ୍ତୁ ଗ୍ରୀଷ୍ମ ଋତୁରେ, ଶରୀରକୁ ସୁସ୍ଥ ରଖିବା ପାଇଁ ଶରୀର ଭିତରେ ଥଣ୍ଡାତା ପ୍ରଦାନ କରିବା ଆବଶ୍ୟକ । କିନ୍ତୁ ଲୋକମାନେ ଜାଣି ବି ସଚେତନ ହେଉନାହାଁନ୍ତି । ଯାହା ଫଳରେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଆପଣମାନେ ଏହି ଅଭ୍ୟାରୁ ଦୂରେଇ ରୁହନ୍ତୁ । ଏଥି ସହ ସବୁବେଳେ ଚେଷ୍ଟା କରନ୍ତୁ ଯେ ପେଟ କିପରି ଥଣ୍ଡା ରହିବ । ଏହି ଗ୍ରୀଷ୍ମ ଋତୁରେ ପେଟ ଥଣ୍ଡା ରହିବା ପାଇଁ ଥଣ୍ଡା ଜାତୀୟ ଖାଦ୍ୟ ଖାଆନ୍ତୁ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ରୁହନ୍ତୁ ।

    ବ୍ଲଡ୍ ଶୁଗାର ବଢ଼ିପାରେ :
    କ’ଣ ଆପଣଙ୍କୁ ହାଇ ବ୍ଲଡ୍ ପ୍ରେସରର ସମସ୍ୟା ରହୁଛି କି? ଯଦି ହଁ, ତେବେ ଆପଣଙ୍କୁ ସକାଳୁ ସକାଳୁ ଚା’ କଦାପି ନିଅନ୍ତୁ ନାହିଁ । ଚା’ରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ବ୍ଲଡ ପ୍ରେସରକୁ ବୃଦ୍ଧି କରିପାରେ । ଆପଣଙ୍କ ସୂଚନା ପାଇଁ, ଆମେ ଆପଣଙ୍କୁ କହି ରଖୁଛୁ ଯେ ହାଇ ବ୍ଲଡ ପ୍ରେସରର ସମସ୍ୟା ହୃଦଘାତର ଆଶଙ୍କା ମଧ୍ୟ ବଢ଼ାଇପାରେ । ତେଣୁ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.5 ° C
    27.5 °
    27.5 °
    56 %
    0.9kmh
    57 %
    Sat
    27 °
    Sun
    40 °
    Mon
    40 °
    Tue
    41 °
    Wed
    41 °

    ସମ୍ବନ୍ଧିତ