Monday, September 21, 2026
27.9 C
Odisha

    ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଭୁବନେଶ୍ୱର ବିମାନବନ୍ଦରରେ  ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ । ଆଜି ସକାଳ ୮ଟା ୩୦ ସୁଦ୍ଧା ଏକାଧିକ ବିମାନ ବିଳମ୍ବରେ ଚାଲୁଥିବା ବେଳେ ଗୋଟିଏ ବିମାନ ରଦ୍ଦ ହୋଇଛି । ଭୁବନେଶ୍ୱରରୁ ବେଙ୍ଗାଲୁର ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ 6E703 ଅଧଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲିଛି ।

    ସେହିଭଳି ଭୁବନେଶ୍ୱରରୁ କଲିକତା ଯାଉଥିବା ଇଣ୍ଡିଗୋ ବିମାନ 6E6793, ଭୁବନେଶ୍ୱରରୁ ସିଙ୍ଗାପୁର ଯାଉଥିବା ବିମାନ ଇଣ୍ଡିଗୋ ବିମାନ 6E1017 ମଧ୍ୟ ବିଳମ୍ବରେ ଚାଲିଛି । ସେହିଭଳି ଇଣ୍ଡିଗୋ ବିମାନ 6E6321 ବିମାନ ଯାହାକି ଭୁବନେଶ୍ୱରରୁ ଡେରାଡୁନ ଯିବାର ଥିଲା ତାହା ରଦ୍ଦ ହୋଇଛି । ସମାଧାନ ପାଇଁ ଚେଷ୍ଟା ଜାରି ଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ